ହବିଷ ଡାଲମା

ହବିଷ ଡାଲମା
Ipsita Picture
By: Ipsita
Published On

 

ସାମଗ୍ରୀ _ ମୁଗଡାଲି, ସାରୁ, କଦଳୀ, ଓଉ, ନଡିଆ କୋରା, ଘିଅ, ଅଦା, ଲୁଣ ।

ପ୍ରଣାଳୀ _ ପ୍ରଥମେ ଗୋଟିଏ ପାତ୍ରରେ ପାଣି ଦେଇ ଫୁଟିବାକୁ ଦିଅନ୍ତୁ । ପାଣି ଫୁଟି ଆସିଲେ ଏଥିରେ ମୁଗ ଡାଲି ଓ ଲୁଣ ପକାନ୍ତୁ । ଡାଲି ଗୋଟିଏ ଫୁଟଣ ଆସିବା ପରେ ଏଥିରେ କଦଳୀ , ସାରୁ  ଓ ଅଦା ଛେଚା ପକାଇ ନିଅନ୍ତୁ । ଡାଲି ସହିତ ସମସ୍ତ ପରିବା ସିଝିବା ପରେ ଏଥିରେ ଓଉ, ଘିଅ ଓ କୋରା ନଡିଆ ପକାନ୍ତୁ । ସବୁ ଜିନିଷ ଭଲକରି ଫୁଟିଗଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ, ପ୍ରସ୍ତୁତ ହୋଇଯିବ ହବିଷ ଡାଲମା ।

 

Tags: