ମା’ ଶାରଳାଙ୍କ ପୀଠ
ପାର୍ବଣ ଆରମ୍ଭ ହେଲେ ଓଡ଼ିଶାର ବିଭିନ୍ନ ଦେବୀ ପୀଠରେ ମା’ଙ୍କର ଆରାଧନା ଖୁବ ଶ୍ରଦ୍ଧାର ସହିତ କରାଯାଇଥାଏ ବିଭିନ୍ନ ପ୍ରକାର ମନ୍ତ୍ର, ନୈବେଦ୍ୟ, ପୁଷ୍ପ ଆଦିରେ ସମସ୍ତ ପୀଠ ପୁରି ଉଠେ ତେବେ ଓଡ଼ିଶାରେ ଥିବା ବିଭିନ୍ନ ଶକ୍ତି ପୀଠରେ ପାର୍ବଣ ସମୟରେ ମା’ଙ୍କୁ କିଛି ସ୍ବତନ୍ତ୍ର ରୀତିନୀତିରେ ପୂଜା କରାଯାଇଥାଏ କେଉଁଠି ଭୋଗରେ ନିଆରାତ୍ୱଥିବା ବେଳେ କେଉଁଠି ପୂଜା ସମୟରେ କିଛି ଭିନ୍ନ ପରମ୍ପରା ଦେଖତ୍ବାକୁ ମିଳିଥାଏ
ଓଡ଼ିଶାରେ 6ଟି ଶକ୍ତି ପୀଠ କାକଟପୁରରେ ମା’ ମଙ୍ଗଳା, ଜଗତସିହଂପୁରରେ ମା’ ଶାରଳା, ବାଣପୁରରେ ମା’ ଭଗବତୀ, ପୁରୀରେ ମା’ ବିମଳା, ଯାଜପୁରରେ ମା’ ବିରଜା, ବାଙ୍କୀରେ ମା’ ଚର୍ଚ୍ଚିକା ରହିଛି ଏହି ସମସ୍ତ ପୀଠରେ ସ୍ବତନ୍ତ୍ର ରୀତିନୀତିରେ ମାଙ୍କର ଷୋଡଶ ଉପଚାର ପୂଜା କରାଯାଇଥାଏ ସମସ୍ତ ପୀଠର ପୂଜା ବେଶ୍ ପୁରୁଣା ଓ ସ୍ବତନ୍ତ୍ର ଏଥିରୁ ଦୁଇଟି ପୀଠ ଏଭଳି ରହିଛି, ଯେଉଁଠାରେ କିଛି ନିଆରା ନୀତି ଦେଖତ୍ବାକୁ ମିଳିଥାଏ ଯେଉଁ ନୀତି କେବଳ ପାର୍ବଣ ସମୟରେ ଦେଖତ୍ବାକୁ ମିଳିଥାଏ
ଜଗତସିହଂପୁର ଝଙ୍କଡପୀଠରେ ରହିଛି ମା’ ଶାରଳାଙ୍କ ମନ୍ଦିର ମା’ଙ୍କର ରହିଛି ଅନନ୍ଯ ମହିମା ପାର୍ବଣ ସମୟରେ ଏହି ସ୍ଥାନ ଚଳଚଞ୍ଚଳ ହୋଇଉଠେ ମନ୍ଦିର ପୂଜାରୀ ଓ ଶ୍ରଦ୍ଧାଳୁଙ୍କ କୋଳାହୋଳରେ ପୂରି ଉଠେ ଏଠାରେ ଉଭୟ ବୈଷ୍ଣବ ଓ ଶାକ୍ତ ସଂସ୍କୃତିରେ ମା’ଙ୍କୁ ପୂଜା କରାଯାଇଥାଏ ଏଠାରେ ମା’ଙ୍କ ହାତରେ ଉଭୟ ବୀଣା ଓ ଘଣ୍ଟି ଶୋଭା ପାଇଥାଏ ତେବେ ଏହି ମନ୍ଦିରେ ପାର୍ବଣ ସମୟରେ ସ୍ବତନ୍ତ୍ର ଭୋଗ ନୀତି ଦେଖତ୍ବାକୁ ମିଳିଥାଏ ପାର୍ବଣରେ ମାଙ୍କ ପାଖରେ ସ୍ବତନ୍ତ୍ର ଭୋଗର ଆୟୋଜନ ହୋଇଥାଏ ଷୋଡଶ ଉପଚାର ପୂଜା ସମୟରେ ଗଜାମୁଗ, ଗଜାବୁଟ, ବିଭିନ୍ନ ପାଚିଲା ଫଳ(କଦଳୀ, ସେଓ, ଅଙ୍ଗୁର,ନାସପାତି ଆଦି), ଦହି, ପୁରି , କାକରା, ଲଡୁ (ଚାଉଳ ଚୁନା, ଗୁଆ ଘିଅରେ ପ୍ରସ୍ତୁତ) ଆଦି ବିଭିନ୍ନ ଭୋଗ ଖରାବେଳ ଧୂପରେ ପୂଜା ହୋଇଥାଏ ତେବେ ପାର୍ବଣର ସବୁଠାରୁ ସ୍ବତନ୍ତ୍ରଥାଏ ମଣ୍ଡା ଭୋଗ ଏହି ସମୟରେ ରାତିରେ ମାଆଙ୍କ ନିକଟରେ ଏହି ମଣ୍ଡା ଭୋଗ ଲାଗି କରାଯାଇଥାଏ, ଯାହା ବିଶେଷ ଭାବେ ପ୍ରସ୍ତୁତ କରାଯାଇଥାଏ ଏହି ମଣ୍ଡାକୁ ମଇଁଷି ଘିଅରେ ପ୍ରସ୍ତୁତ କରାଯାଇଥାଏ ଚାଉଳ ଚୁନାର ଜନ୍ତୁଆଣିରେ ପୁର ଦିଆଯାଇ ସେବାୟତମାନଙ୍କ ଦ୍ୱାରା ଏହାକୁ ଗଢା ଯାଇଥାଏ ଏହି ଭୋଗରେ ସାତୋଟି ମଣ୍ଡା ପୂଜା କରାଯାଇଥାଏ ଯେଉଁଥିରେ 2ଟି ମଣ୍ଡା 16 ରୁ 17 କିଲୋ ଓଜନ ବିଶିଷ୍ଟ ହୋଇଥାଏ ଏବଂ ଅନ୍ଯ 5ଟି ସାଢେ ତିନିରୁ ଚାରି କିଗ୍ରା ଓଜନର ରହିଥାଏ ଏହି ମଣ୍ଡାକୁ ସେବାୟତ ମାନଙ୍କ ମଧ୍ୟରେ ପାଉଣା ହିସାବରେ ବଣ୍ଟା ଯାଇଥାଏ, ଯାହା ମଧ୍ୟ ବେଶ୍ ସ୍ବତନ୍ତ୍ର ଥାଏ ପ୍ରଥମ ଦିନ ଏହି ଭୋଗକୁ 500 ବର୍ଷ ପୂର୍ବେ ମନ୍ଦିରରେ ଏହି ମଣ୍ଡା ଭୋଗ ପରମ୍ପରାକୁ ଆରମ୍ଭ କରିଥିବା ଯମିଦାରଙ୍କ ଘରକୁ ପଠାଯାଇଥାଏ ଏହାପରେ ପଣ୍ଡା ସେବକ, ରାଉଳ ସେବକ, ବଡ ପଣ୍ଡା,ପୁରୋହିତ,ମାଳି ଆଦିଙ୍କ ମଧ୍ୟରେ 16 ଦିନ ଧରି ବଣ୍ଟା ଯାଇଥାଏ ଏହାବ୍ଯତିତ ମାଆଙ୍କର ଦୈନିକ ସକାଳ ଧୂପରେ ରୂପା ଥାଳିରେ ଅନ୍ନ ବା ଏହାକୁ ରୂପା ଥାଳି ଖେଚୁଡି ମଧ୍ୟ କୁହାଯାଇଥାଏ ଲାଗି କରାଯାଏ ଏହି ରୁପାଥାଳି ଖେଚୁଡିକୁ ପାର୍ବଣ ସମୟରେ ପୂଜା କରାଯାଇଥାଏ ଏହି ସମୟରେ ମାଆଙ୍କୁ ରୂପାଥାଳି ଖେଚୁଡି ସହିତ, ବ୍ଯଞ୍ଜନ ଓ ବେସର ମଧ୍ୟ ପୂଜା କରାଯାଇଥାଏ ତେବେ ପାର୍ବଣ ବ୍ଯତିତ ଅନ୍ଯ ଦିନରେ ମଧ୍ୟ ମା’ଙ୍କର ଭୋଗ ବେଶ୍ ସ୍ବତନ୍ତ୍ର ହୋଇଥାଏ ଅନ୍ଯ ଦିନରେ ମା’ଙ୍କ ନିକଟରେ ସବୁଦିନ ସକାଳେ ମାର୍ଜନା ପରେ ବାଲ୍ଯ ଭୋଗରେ ପୁରି, ଲଡୁ, ଅମୃତ କୁଣ୍ଡ (ଛେନା, କଦଳୀ, ନଡିଆ, କ୍ଷୀର, ଘିଅ) ଲାଗି କରାଯାଇଥାଏ ଏହାପରେ ପ୍ରଥମ ପ୍ରହର ଧୂପରେ ଖେଚୁଡି, ଡାଲି, ଖଜା, ଆମ୍ବିଳ ଆଦି ଭୋଗ ଦିଆଯାଇଥାଏ ଦ୍ୱିତୀୟ ପ୍ରହର ଧୂପରେ ଅନ୍ନ, ମରିଚିପାଣି ତରକାରୀ, ଖିରି, ଏଣ୍ଡୁରୀ ଭୋଗ ଲାଗିଥାଏ ଅପରାହ୍ନରେ ପୁରୀ, ମରିଚ ଲଡୁ ଭୋଗ କରାଯାଇଥାଏ ସେହିପରି ରାତିର ପ୍ରଥମ ଧୂପରେ ଅନ୍ନ, ବ୍ଯଞ୍ଜନ, ଡାଲି ଭୋଗ କରାଯାଇଥାଏ ବଡସିଂହାର ଭୋଗରେ ପୁରୀ, କାକରା, ଲଡୁ, ବରା, ପାରିଜାତ ଭୋଗ ଲାଗି କରାଯାଇଥାଏ ଏହାସହିତ ସବୁଦିନ ରାତିରେ ପହୁଡ ପୂର୍ବରୁ ଦହି ପଖାଳ ଭୋଗ ଲାଗି କରାଯାଇଥାଏ କେବଳ ଭୋଗ ନୁହେଁ ମା’ଙ୍କର ପାର୍ବଣ ପୂଜାରେ ମଧ୍ୟ ରହିଛି ସ୍ବତନ୍ତ୍ରତା ପାର୍ବଣ ସମୟରେ ନବପତ୍ରିକା ଦିନ ଠାରୁ ଠାକୁରାଣୀଙ୍କର ବାହାର ବିଜେ କରାଯାଇଥାଏ ଏହି ସମୟରେ ଠାକୁରାଣୀଙ୍କର ବିଜେ ପ୍ରତିମା ନୂଆ ପୀଠରୁ ପୁରୁଣା ପୀଠକୁ ଯାତ୍ରା କରିଥାଆନ୍ତି ଏଠାରେ ଷଷ୍ଠି, ସପ୍ତମୀ ଓ ଅଷ୍ଟମୀରେ ମାଆଙ୍କ ନିକଟରେ କାଳିକା ତାଣ୍ଡବ ନୃତ୍ଯ ପରିବେଷଣ କରାଯାଇଥାଏ ରତପୁତ ଘରର ସେବକ ଘରର ଜଣେ ଯୁବକ କଳା ବୋଳି ହୋଇ ନିଜର ଲାଲ ଜିଭକୁ ବାହାର କରି ଖଣ୍ଡା ଧରି କାଳୀଙ୍କ ବେଶ ହୋଇ, ବେଢା ସହିତ ନଗର ପରିକ୍ରମା କରିଥାଆନ୍ତି ପୀଠରେ 16 ଦିନ ଧରି ଅନେକ ଶ୍ରଦ୍ଧାଳୁଙ୍କର ଭିଡ ଯମିଥାଏ ସମସ୍ତେ ମା’ଙ୍କ ଦର୍ଶନ କରିବା ସହିତ ଦୁର୍ଗାପୂଜାକୁ ଉପଭୋଗ କରିଥାଆନ୍ତି




