ଆୟରାଙ୍କ ବି ଟାଉନ ଡେବ୍ୟୁ

ଆୟରାଙ୍କ ବି ଟାଉନ ଡେବ୍ୟୁ
Ipsita Picture
By: Ipsita
Published On

 

ବଲିଉଡ୍‌ର ପ୍ରଖ୍ୟାତ ପ୍ରଯୋଜକ ସାଜିଦ ନାଦିଆଦୱାଲାଙ୍କ ବଡ଼ ପୁଅ ସୁଭାନ ଏବଂ ଅଭିନେତା ରୋହିତ ରୟ ଓ ମାନସୀ ଯୋଶୀ ରୟଙ୍କ ଝିଅ  ଆୟରା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆୟରା ୨୦୨୫ ମସିହାରେ ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଏବଂ କଳା ଇତିହାସରେ ଡିଗ୍ରୀ ହାସଲ କରିଛନ୍ତି । ସୂଚନା ଅନୁସାରେ ଆୟରା ଏବଂ ସୁଭାନଙ୍କୁ ଚଳଚ୍ଚିତ୍ର ନିର୍ମାତା ଶଶାଙ୍କ ଖୈତାନଙ୍କର ଆଗାମୀ ଚଳଚ୍ଚିତ୍ର ‘ଐସି ଦିୱାନଗୀ ଦେଖି ନହିଁ କହିଁ’ ମାଧ୍ୟମରେ ଦେଖିବାକୁ ମିଳିବ ।  ସେହିଭଳି ଏହାର ଟାଇଟଲ୍ ଭିଡିଓ ଓ ଟିଜର ସଲମାନ ଖାନ ବୁଧବାର ସେୟାର କରିଛନ୍ତି । ପ୍ରେମ ଓ ପ୍ରତିଶୋଧର କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ୯ ଜୁଲାଇ ୨୦୨୭ରେ ରିଲିଜ ହେବାନେଇ ଯୋଜନା ରହିଛି ।  ତେବେ କେବଳ ଆୟରା ନୁହେଁ ସାହରୁଖଙ୍କ ଝିଅ ସୁହାନା, ଗୋବିନ୍ଦାଙ୍କ ପୁଅ ୟବର୍ଦ୍ଧନ ଆହୁଜାଙ୍କ ଭଳି ଅନେକ ଷ୍ଟାରକିଡ ବି ଟାଉନରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏହି ଷ୍ଟାର କିଡମାନଙ୍କର କ୍ୟାରିୟର କେତେ ଚମକୁଛି ।

Tags: