ବଢାନ୍ତୁ ହାଡର ଶକ୍ତି
ଦିଲ୍ଲୀ, ଅଗଷ୍ଟ ୧୬: ଶରୀରରେ ହାଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାର ଶକ୍ତ ହେବା ନିତାନ୍ତ ଆବଶ୍ୟକ ରହିଛି । ହାଡ ସୁସ୍ଥ ନ ରହିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଖାଦ୍ୟରେ ଏଭଳି କିଛି ସାମିଲ କରନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ହାଡକୁ ମଧ୍ୟ ସୁସ୍ଥ ରଖିବ । ଅଖରୋଟ – ଅଖରୋଟରେ ପ୍ରୋଟିନ୍, କ୍ୟାଲିସିୟମ, ଫସଫରସ୍, ଭିଟାମିନ୍ ଭଳି ଅନେକ ପୋଷଣ ରହିଛି, ଯାହା ଆମ […]
ଦିଲ୍ଲୀ, ଅଗଷ୍ଟ ୧୬: ଶରୀରରେ ହାଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାର ଶକ୍ତ ହେବା ନିତାନ୍ତ ଆବଶ୍ୟକ ରହିଛି । ହାଡ ସୁସ୍ଥ ନ ରହିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଖାଦ୍ୟରେ ଏଭଳି କିଛି ସାମିଲ କରନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ହାଡକୁ ମଧ୍ୟ ସୁସ୍ଥ ରଖିବ ।
ଅଖରୋଟ – ଅଖରୋଟରେ ପ୍ରୋଟିନ୍, କ୍ୟାଲିସିୟମ, ଫସଫରସ୍, ଭିଟାମିନ୍ ଭଳି ଅନେକ ପୋଷଣ ରହିଛି, ଯାହା ଆମ ହାଡ ପାଇଁ ଆବଶ୍ୟକ । ଅଖରୋଟ ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ବ୍ୟାଡ୍ କଲୋଷ୍ଟ୍ରଲର ସ୍ତର କମ କରିଥାଏ । ଏହାସହିତ ହାଡକୁ ମଜବୁତ କରିଥାଏ ।
ବାଦାମ – ବାଦାମରେ ପ୍ରୋଟିନ୍, ଭିଟାମିନ୍, ଓମେଗା ୩, ଫାଇବର୍ ଓ ଆଣ୍ଟି ଅକ୍ସିଡାଣ୍ଟର ଭରପୂର ମାତ୍ରାରେ ରହିଛି । ଏହାଛଡା ଏଥିରେ କ୍ୟାଲିସିୟମ ଓ ଫସଫରସ ମଧ୍ୟ ରହିଥାଏ, ଯାହା ହାଡକୁ ମଜବୁତ କରିଥାଏ । ନିୟମିତ ବାଦାମ ଖାଇବା ଫଳରେ ଶରୀରରେ ମେଟାବଲିଜିମ୍ ବଢିଥାଏ । ଏହାସହ ବାଦାମ ଖାଇବା ଫଳରେ ବ୍ୟାଡ୍ କଲୋଷ୍ଟ୍ରୋଲ କମ ହୋଇଥାଏ ।
ସାଲମୋନ୍ ମାଛ – ସାଲମୋନ୍ ମାଛରେ ଓମେଗା ୩, ସ୍ୱାସ୍ଥ୍ୟକର ଫ୍ୟାଟ୍ ଓ ଫ୍ୟାଟି ଏସିଡ୍ରେ ଭରପୂର ହୋଇଥାଏ । ଶରୀରରେ ଭିଟାମିନ୍-ଡି ର ଅଭାବକୁ ଦୂର କରିବା ପାଇଁ ଏହି ମାଛକୁ ଖାଇବାର ଆବଶ୍ୟକତା ରହିଛି । ଏହି ସମସ୍ତ ପ୍ରୋଟିନ୍ ହାଡକୁ ମଜବୁତ କରିବା ସହିତ ବିକଶିତ ହେବାରେ ସହାୟକ ହୋଇଥାଏ, ତେଣୁ ନିଜ ଖାଦ୍ୟରେ ଏହି ମାଛକୁ ସାମିଲ କରନ୍ତୁ ।
କ୍ଷୀର – କ୍ଷୀରକୁ ସୁପର ଫୁଡ୍ କୁହାଯାଏ । ଏଥିରେ କ୍ୟାଲ୍ସିୟମର ମାତ୍ର ଭରପୁର ଥାଏ, ଯାହା ହାଡକୁ ମଜବୁତ କରିବାରେ ସହାୟକ ହୋଇଥାଏ । କ୍ଷୀରକୁ ନିଜ ଖାଦ୍ୟରେ ଅନେକ ପ୍ରକାରରେ ସାମିଲ କରିହେବ । ତେଣୁ ଏହାକୁ ଆପଣ ଯେଉଁ ଉପାୟରେ ପାରିବେ ନିଜ ଖାଦ୍ୟରେ ସାମିଲ କରିପାରିବେ ।
ଅଣ୍ଡା – ଅଣ୍ଡାକୁ ପୋଷକ ତତ୍ତ୍ୱର ଭଣ୍ଡାର କୁହାଯାଏ । ଯାହା ଶରୀରରେ ପ୍ରୋଟିନ୍ର ମାତ୍ରାକୁ ବଢାଇବାରେ ସହାୟକ ହୋଇଥାଏ । ପ୍ରୋଟିନ୍ ମାତ୍ରା କମ ହେବା ଫଳରେ ହାଡର ବିକାଶରେ ବାଧା ଉପୁଜି ଥାଏ । ତେଣୁ ନିଜ ଦୈନନ୍ଦିନ ଖାଦ୍ୟରେ ଅଣ୍ଡାକୁୁ ସାମିଲ କରନ୍ତୁ ।




