ଫିସ୍ ପାଇଁ ଦୀପିକା ଆଉଟ୍ !
ବଲିଉଡ୍ର ଜଣେ ଆଗଧାଡିର ନାୟିକା ଭାବେ ଦୀପିକାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଜ ନିଖୁଣ ଅଭିନୟ, ଗ୍ଲାମରସ୍ ଅନ୍ଦାଜ ପାଇଁ ସେ ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ରହିଛନ୍ତି ତାଙ୍କର ଫ୍ୟାନ୍ । ନିକଟରେ ଦୀପିକାଙ୍କ ନାଁ ପୁଣି ଯୋଡି ହୋଇଛି ସେହିଭଳି ଏକ ଘଟଣାରେ । ରିପୋର୍ଟ ଅନୁସାରେ, ବଲିଉଡ୍ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ବୈଜୁ ବାବରା ନାମରେ ଏକ […]
ବଲିଉଡ୍ର ଜଣେ ଆଗଧାଡିର ନାୟିକା ଭାବେ ଦୀପିକାଙ୍କର ରହିଛି ସ୍ୱତନ୍ତ୍ର ପରିଚୟ । ନିଜ ନିଖୁଣ ଅଭିନୟ, ଗ୍ଲାମରସ୍ ଅନ୍ଦାଜ ପାଇଁ ସେ ସର୍ବଦା ଦର୍ଶକଙ୍କ ହୃଦୟରେ ରାଜ କରନ୍ତି । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ରହିଛନ୍ତି ତାଙ୍କର ଫ୍ୟାନ୍ । ନିକଟରେ ଦୀପିକାଙ୍କ ନାଁ ପୁଣି ଯୋଡି ହୋଇଛି ସେହିଭଳି ଏକ ଘଟଣାରେ । ରିପୋର୍ଟ ଅନୁସାରେ, ବଲିଉଡ୍ର ନାମୀ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲୀ ବୈଜୁ ବାବରା ନାମରେ ଏକ ସିନେମା ନିର୍ମାଣ କରୁଛନ୍ତି । ସିନେମାରେ ସେ ଅନ୍ସ୍କି୍ରନ୍ର ସବୁଠାରୁ ଦମ୍ଦାର ଯୋଡି ରଣବୀର ଓ ଦୀପିକାଙ୍କୁ ନେବାକୁ ଯୋଜନା କରିଛନ୍ତି । ହେଲେ ଏଥର ସଞ୍ଜୟଙ୍କ ଇଚ୍ଛା ପୂରଣ ହେଲା ଭଳି ଲାଗୁନି । ଦିପୀକା ନିଜ ଫିସ୍କୁ ନେଇ ଏକ ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁସାରେ ତାଙ୍କ ଫିସ୍ ରଣବୀର ସିଂଙ୍କ ସହ ସମାନ ହେବା ଦରକାର । ତେବେ ଏହି ସର୍ତ୍ତ ପୂରଣ ନହେବାରୁ ଦୀପିକା ଏହି ପ୍ରୋଜେକଫ ଛାଡି ଦେଇଥିବା ଶୁଣିବାକୁ ମିଳୁଛି । ଏନେଇ ଔପଚାରିକ ଭାବେ କୌଣସି ଘୋଷଣା ହୋଇନାହିଁ । ସଞ୍ଜୟଙ୍କ କ୍ଷେତ୍ରରେ ଏହି ଦୁଇ ଯୋଡି ସର୍ବଦା ଲକି ସାବସ୍ତ୍ୟ ହୋଇଛନ୍ତି । ଆଗରୁ ଏହି ଯୋଡିର ଯେତେ ବି ସିନେମା ସଞ୍ଜୟ ନିର୍ଦ୍ଦେଶନା ଦେଇଛନ୍ତି ସେ ସମସ୍ତ ସିନେମା ହିଟ୍ ସାବସ୍ତ୍ୟ ହୋଇଛି ।




