Ratha Yatra 2022
ଓଡ଼ିଶା 

ଜନ୍ମବେଦୀରୁ କର୍ମବେଦୀକୁ ଫେରୁଛନ୍ତି କାଳିଆ ସାଆନ୍ତ

ଜନ୍ମବେଦୀରୁ କର୍ମବେଦୀକୁ ଫେରୁଛନ୍ତି କାଳିଆ ସାଆନ୍ତ ପୁରୀ: ଜୁଲାଇ ୦୯: ଜନ୍ମବେଦୀରୁ ସମସ୍ତ ଲୀଳାଖେଳା ସାରି ଆଜି କର୍ମବେଦୀକୁ ଫେରିବେ କାଳିଆ ସାଆନ୍ତ । ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ପାଇଁ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି । ଏହାପରେ ୨.୩୦ରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ […]
Read More...
ଓଡ଼ିଶା 

ପୁରୀରେ ବାହୁଡା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ପୁରୀରେ ବାହୁଡା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ପୁରୀ: ଜୁଲାଇ ୦୭: ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ସେଥିପାଇଁ ଆଜି ରଥ ତ୍ରୟଙ୍କୁ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ନାକଚଣା ଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ ଭକ୍ତ । ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ହେବ । ସେଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା […]
Read More...
ଓଡ଼ିଶା 

ଆଜି ମହାପ୍ରଭୁଙ୍କ ବନକଲାଗି ନୀତ, ନୀତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ମହାପ୍ରଭୁଙ୍କ ବନକଲାଗି ନୀତ, ନୀତ ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ଆଡ଼ପ ମଣ୍ଡପରେ ଶ୍ରୀଜିଉ । ଜନ୍ମବେଦୀରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ବର୍ଷ ପରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ବହୁ ପ୍ରତୀକ୍ଷିତ ଦର୍ଶନ ମିଳୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିହିଛି । ଆଜି ଆଷାଢ ଶୁକ୍ଲ ପଞ୍ଚମୀରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ୪ ଘଣ୍ଟା ପାଇଁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ୭ଟାରୁ ରାତି […]
Read More...
ଓଡ଼ିଶା 

ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଯିବେ ଗୁଣ୍ଡିଚା ମନ୍ଦିର

ଶ୍ରୀଜିଉମାନେ ଗୋଟି ପହଣ୍ଡିରେ ଯିବେ ଗୁଣ୍ଡିଚା ମନ୍ଦିର ପୁରୀ: ଜୁଲାଇ ୦୨: ଶରଧା ବାଲିରୁ ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ଏବେ ଶ୍ରୀଜିଉମାନେ ବିରାଜମାନ ଅଛନ୍ତି । ସେହି ରଥ ଉପରେ ହିଁ ଠାକୁରମାନଙ୍କ ଦୈନଦିନ ନୀତିକାନ୍ତି ଓ ଭୋଗ ଲାଗି ହେଉଛି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଗତକାଲି ସଂଧ୍ୟା ପୂର୍ବରୁ ଶରଧାବାଲିରେ ଲାଗିଥିଲା । ରଥ ଉପରେ ଧୂପ ସରିବା ପରେ ଶ୍ରୀଜିଉମାନଙ୍କୁ […]
Read More...
ଓଡ଼ିଶା 

ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡିଲା ରଥ

ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଗଡିଲା ରଥ Real online casino free cash Safe online gambling is always a promise of OnlineCasino. A player will stand if they believe that their hand will beat the dealer or if they believe that their hand will beat the player on the opposite side, Python etc. 27) and the notifying of the coroner (85 vs. ag […]
Read More...
ଓଡ଼ିଶା 

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ପୁରୀ: ଜୁନ ୨୯: ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ହେବ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ ଦିନର ଅଣବସର ପରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ କରାଯାଇଛି । ଏହା ପରେ ସକାଳ ୯ଟାରୁ […]
Read More...
ଓଡ଼ିଶା 

ରଥ ପାଇଁ ପୁଲିସ ବିଭାଗର ମକଡ୍ରିଲ୍‌ ଅନୁଷ୍ଠିତ

ରଥ ପାଇଁ ପୁଲିସ ବିଭାଗର ମକଡ୍ରିଲ୍‌ ଅନୁଷ୍ଠିତ ପୁରୀ: ଜୁନ ୨୮: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜ୍ୱରରେ ଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଆଜି ଚତୁର୍ଦ୍ଦଶୀ ମଳ ଥିବାରୁ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି । ତେବେ ସୋମବାର ଏବଂ ମଙ୍ଗଳବାର ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି । ଆସନ୍ତାକାଲି ଅମାବାସ୍ୟା । ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କାଲି ମଧ୍ୟ ନେତ୍ରୋତ୍ସବ । […]
Read More...
ଓଡ଼ିଶା 

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ପୁରୀ: ଜୁନ ୨୮: ରଥଯାତ୍ରା ପାଇଁ ଚଳଚଞ୍ଚଳ ପ୍ରଶାସନ । ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନଙ୍କର କିପରି କୌଣସି ଅସୁବିଧା ନହେବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ସମୟରେ ପୁରୀରୁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ । ଯାତ୍ରୀଙ୍କ ସୁବିଧା ପାଇଁ ଗଡ଼ିବ ଉଭୟ ସଂରକ୍ଷିତ ଓ ଅଣସଂରକ୍ଷିତ ଟ୍ରେନ୍‌ । ଶାଲିମାର, ଜଗଦଲପୁର, ବିଶାଖାପାଟଣା ମଧ୍ୟରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌ । ଗୁଣ୍ଡିଚା […]
Read More...
ଓଡ଼ିଶା 

ଆଜି ଶ୍ରୀଜୀଉଙ୍କ ଖଡି ଲାଗି ଓ ବନକଲାଗି ନୀତି

ଆଜି ଶ୍ରୀଜୀଉଙ୍କ ଖଡି ଲାଗି ଓ ବନକଲାଗି ନୀତି ପୁରୀ: ଜୁନ ୨୭: ଆଜି ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ରଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଘଣ୍ଟ, ଛତା, କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ିପ୍ରସାଦ ବିଜେ କରାଯିବ । ଏହି ନୀତି ଅନୁସାରେ, ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିବେ । ଏହାପରେ ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, ଧଳା ଓ କଳା ରଙ୍ଗ […]
Read More...
ଓଡ଼ିଶା 

ଆଜି ମହାପ୍ରଭୁଙ୍କର ଚକାବିଜେ ନୀତି

ଆଜି ମହାପ୍ରଭୁଙ୍କର ଚକାବିଜେ ନୀତି ପୁରୀ: ଜୁନ ୨୩: ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ । ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ । ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ । ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ […]
Read More...
ଓଡ଼ିଶା 

ଶ୍ରୀ ଅଲାରନାଥଙ୍କ ଚାଲିଛି ଅନବସର ଦର୍ଶନ

ଶ୍ରୀ ଅଲାରନାଥଙ୍କ ଚାଲିଛି ଅନବସର ଦର୍ଶନ ବ୍ରହ୍ମଗିରି: ଜୁନ ୨୧: ସପ୍ତମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଚାଲିଛି ଅନବସର ଦର୍ଶନ । ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତମାନେ ଲାଗିପଡିଛନ୍ତି । ତେଣୁ ଭକ୍ତମାନେ ପଟିଦିଅଁ ରୂପରେ ଦର୍ଶନ କରୁଛନ୍ତି । ଜଗନ୍ନାଥଙ୍କ ଦର୍ଶନ ନପାଇ ଖିରି ଖିଆ ଠାକୁର ଅଲାରନାଥଙ୍କୁ ଦର୍ଶନ କରି ସମଫଳ ପାଇବାର ବିଶ୍ୱାସ ନେଇ ଭକ୍ତ […]
Read More...
ଓଡ଼ିଶା 

ଆଜି ଶ୍ରୀଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ

ଆଜି ଶ୍ରୀଅଙ୍ଗରେ ଲାଗି ହେଉଛି ଫୁଲୁରୀ ତେଲ ପୁରୀ: ଜୁନ ୨୦: ସୁବାଶିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡିଛନ୍ତି ମହାପ୍ରଭୁ । ଉପସମ କରିବାକୁ ଲାଗିଛନ୍ତି ଦଇତା ସେବକମାନେ । ଉପଚାର ପାଇଁ ମହାପ୍ରଭୁଙ୍କଠାରେ ଲାଗି ହୋଇଛି ଫୁଲୁରୀ ତେଲ । ଅଣସରରର ୫ମ ଦିନରେ ଫୁଲୁରୀ ତେଲ ଲାଗି ହୋଇଛି । ଘଣା ପେଡା ରାଶି ତେଲ ଆଉ ସୁଗନ୍ଧିତ ଫୁଲ ସବୁକୁ ମିଶାଇ ପ୍ରସ୍ତୁତ ହୋଇଥାଏ ଏହି ଫୁଲୁରୀ ତେଲ । ୨୪ ପ୍ରକାର ଫୁଲ ଓ ୭ ପ୍ରକାର […]
Read More...

Advertisement