ଜନ୍ମବେଦୀରୁ କର୍ମବେଦୀକୁ ଫେରୁଛନ୍ତି କାଳିଆ ସାଆନ୍ତ
ପୁରୀ: ଜୁଲାଇ ୦୯: ଜନ୍ମବେଦୀରୁ ସମସ୍ତ ଲୀଳାଖେଳା ସାରି ଆଜି କର୍ମବେଦୀକୁ ଫେରିବେ କାଳିଆ ସାଆନ୍ତ । ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ପାଇଁ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି । ଏହାପରେ ୨.୩୦ରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ […]
ପୁରୀ: ଜୁଲାଇ ୦୯: ଜନ୍ମବେଦୀରୁ ସମସ୍ତ ଲୀଳାଖେଳା ସାରି ଆଜି କର୍ମବେଦୀକୁ ଫେରିବେ କାଳିଆ ସାଆନ୍ତ । ନବଦିନାତ୍ମକ ଯାତ୍ରା କରି ଭକ୍ତଜନଙ୍କୁ ଆଡ଼ପ ମଣ୍ଡପରେ ଦୁର୍ଲଭ ଦର୍ଶନ ଦେଇ ଆଜି ଶ୍ରୀମନ୍ଦିର ଫେରୁଛନ୍ତି ଶ୍ରୀଜିଉ । ବାହୁଡା ଯାତ୍ରା ପାଇଁ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ସରିବାର ନୀତି ନିର୍ଦ୍ଧାରଣ ହୋଇଛି । ଏହାପରେ ୨.୩୦ରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ତେବେ ଏହାର ବହୁ ପୂର୍ବରୁ ଏସବୁ ନୀତି ସାରିବାକୁ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । କୋଭିଡ୍ କଟକଣା ଯୋଗୁ ୨ ବର୍ଷ ଧରି ଭକ୍ତ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଏବର୍ଷ ପୁରୀକୁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏଥର ରାତି ୧ଟା ଯାଏ ଦର୍ଶନ ବ୍ୟବସ୍ଥା କରାଯାଇଛି । ସୁନାବେଶ ସମୟରେ ଯେପରି ବିଗ୍ରହମାନଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ, ସେଥିପାଇଁ ବି ନିଷ୍ପତ୍ତି ହୋଇଛି । ଏହାପରେ ସୋମବାର ରଥ ଉପରେ ଅଧରପଣା ଓ ମଙ୍ଗଳବାର ନୀଳାଦ୍ରିବିଜେ କରି ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂରତି ।




