ପୁରୀରେ ବାହୁଡା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ପୁରୀ: ଜୁଲାଇ ୦୭: ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ସେଥିପାଇଁ ଆଜି ରଥ ତ୍ରୟଙ୍କୁ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ନାକଚଣା ଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ ଭକ୍ତ । ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ହେବ । ସେଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା […]

Samaya Live Picture
Published On

ପୁରୀ: ଜୁଲାଇ ୦୭: ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା । ସେଥିପାଇଁ ଆଜି ରଥ ତ୍ରୟଙ୍କୁ ଦକ୍ଷିଣ ମୋଡ଼ କରାଯାଇଛି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଆଗରେ ରହିଥିବା ତିନିରଥରେ ଆଜ୍ଞାମାଳ ବିଜେ ହେବା ପରେ ନାକଚଣା ଦ୍ୱାର ସମ୍ମୁଖକୁ ଟାଣି ନେଇଥିଲେ ଭକ୍ତ । ଆସନ୍ତା ୮ ତାରିଖ ଦିନ ଶ୍ରୀଜିଉଙ୍କ ସଂଧ୍ୟା ଦର୍ଶନ ହେବ । ସେଦିନ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତାପରେ ଶ୍ରୀଜିଉଙ୍କ ବାହୁଡ଼ା ପହଣ୍ଡି ପାଇଁ ସେନାପଟା ଲାଗି ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀଗୁଣ୍ଡିଚା ଭଳି ବାହୁଡ଼ା ଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି । ଗତକାଲି ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ବସିଥିଲା । ୧୦ ତାରିଖରେ ସୁନାବେଶ ନୀତି ଅପରାହ୍ନ ୨ଟାରୁ ଆରମ୍ଭ କରିବା ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି ।