ଆଜି ମହାପ୍ରଭୁଙ୍କର ଚକାବିଜେ ନୀତି
ପୁରୀ: ଜୁନ ୨୩: ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ । ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ । ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ । ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ […]
ପୁରୀ: ଜୁନ ୨୩: ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ । ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ । ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ । ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ । ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି । ମହାପ୍ରଭୁ ଏହି ଦଶ ମୂଳାରିଷ୍ଟ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ପରମ୍ପରା ରହିଛି । ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ଦେବାର ପରମ୍ପରା ରହିଛି । ସ୍ନାନଯାତ୍ରା ଦିନ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉଙ୍କୁ ଫୁଲୁରି ତେଲ ମାଲିସ୍ କରାଯିବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ । ଷଷ୍ଠୀରୁ ନବମୀ ତିଥି ପର୍ଯ୍ୟନ୍ତ ଓଷୁଅ ଲାଗି କରାଯାଇଥିଲା ।




