ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା

ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ […]

Samaya Live Picture
Published On

ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଏବଂ ସେଥିପାଇଁ ମୁଁ ମୋ ପଦରୁ ଇସ୍ତଫା ଦେଉଛି।