ମାଟ୍ରିକ୍ ଅଫ୍ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଲା
ଭୁବନେଶ୍ୱର:ଅଗଷ୍ଟ ୨୪: ଆଜି ରାଜ୍ୟରେ ମାଟ୍ରିକ୍ ଅଫ୍ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୮୦.୮୩ ପ୍ରତିଶତ ରହିଥିଲା ବେଳେ ପୁଅମାନଙ୍କ ପାସ୍ ସଂଖ୍ୟା ଅଧିକ ରହିଛି । ପରୀକ୍ଷା ଦେଇଥିବା ମୋଟ୍ ୮୪୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରେ ୩,୧୦୦ ଜଣ ଛାତ୍ରଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨,୧୩୩ ରହିଛି । କରୋନା ମହାମାରୀ ସକାଶେ ମାଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିଲା । ପୂର୍ବ ମାର୍କକୁ […]
ଭୁବନେଶ୍ୱର:ଅଗଷ୍ଟ ୨୪: ଆଜି ରାଜ୍ୟରେ ମାଟ୍ରିକ୍ ଅଫ୍ଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୮୦.୮୩ ପ୍ରତିଶତ ରହିଥିଲା ବେଳେ ପୁଅମାନଙ୍କ ପାସ୍ ସଂଖ୍ୟା ଅଧିକ ରହିଛି । ପରୀକ୍ଷା ଦେଇଥିବା ମୋଟ୍ ୮୪୯୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ଏମାନଙ୍କ ମଧ୍ୟରେ ୩,୧୦୦ ଜଣ ଛାତ୍ରଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨,୧୩୩ ରହିଛି । କରୋନା ମହାମାରୀ ସକାଶେ ମାଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିଲା । ପୂର୍ବ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କର ମାଟ୍ରିକ୍ ମୂଲ୍ୟାୟନ କରାଯାଇଥିର୍ଲା । ତେବେ ଏହି ମାର୍କରେ ବହୁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନଥିଲେ । ସେମାନଙ୍କ ପାଇଁ ଅଫ୍ଲାଇନ୍ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ତେବେ ମାଟ୍ରିକ୍ ପରୀକ୍ଷାରେ, ପୂର୍ବରୁ ବିନା ପରୀକ୍ଷାରେ ମୂଲ୍ୟାୟନ କରାଯାଇଥିବା ୨୭୧ ଛାତ୍ରଛାତ୍ରୀଙ୍କ ଗ୍ରେଡ୍ ବର୍ତ୍ତମାନର ଅଫ୍ଲାଇନ୍ ପରୀକ୍ଷାରେ ବଢ଼ିଥିଲାବେଳେ ୪୫୯ ଜଣ ଛାତ୍ରଛାତ୍ରୀଙ୍କ ଗ୍ରେଡ କମିଯାଇଛି ।




