କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର

ଭୁବନେଶ୍ୱର : ମେ ୩୧:ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହା ଏକ ପ୍ରହସନ ବୋଲି କହିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା ‘ଜୀବିକା ମିଶନ‘ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, […]

Samaya Live Picture
Published On

ଭୁବନେଶ୍ୱର : ମେ ୩୧:ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହା ଏକ ପ୍ରହସନ ବୋଲି କହିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା ‘ଜୀବିକା ମିଶନ‘ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, ପ୍ରଚାର ଓ ପ୍ରତାରଣାର ସରକାର ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ପାଇଁ ସରକାର ୧୭ ହଜର କୋଟି ଟଙ୍କାର ବରାଦ କରିଛନ୍ତି। ହୁଏତ ଏହା ବଜେଟ ଓ ବଜେଟ ବାହାର ଅର୍ଥରୁ ଯୋଗାଡ଼ ହେବ। ଏଥିରେ ମୁଖ୍ୟତଃ ମହାତ୍ମାଗାନ୍ଧୀ ନରେଗା ଅର୍ଥ ମିଶିଛି। ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରିୟ ବଜେଟ୍‌ରେ ୬୧ ଜହାର କୋଟି ଟଙ୍କା ଓ ସ୍ୱତନ୍ତ୍ର ପ୍ୟାକେଜ ୪୦ ହଜାର କୋଟି ଟଙ୍କାରୁ ମିଳିବ। ଓଡ଼ିଶା ପାଇଁ ରାଜ୍ୟ ଅଂଶ ବାବଦ ମିଶି ହୁଏତ ଏହା ୯ରୁ ୧୦ ହଜାର କୋଟି ଟଙ୍କା ହେବ। ଅର୍ଥ କମିଶନଙ୍କ ପ୍ରଦତ ଅର୍ଥ ପଞ୍ଚାୟତ ଓ ମୁ୍ୟନିସିପାଲଟି ପାଇଁ ଅନୁଦାନ ଏଥିସହିତ ଅଛି। ନିର୍ମାଣ ଶ୍ରମିକ ପାଣwି ଅର୍ଥ, କାମ୍ପା ଅର୍ଥ, ଜିଲ୍ଲା ଖଣିଜ ପାଣwି, ଆଦିବାସୀ ଉନ୍ନୟନ ଅର୍ଥ ଅଛି। ଘୋଷିତ ଟଙ୍କାର ପରିମାଣ ହୁଏତ ଯୋଗାଡ଼ ସମ୍ଭବ। କିନ୍ତୁ ପ୍ରଶ୍ନ ହେଉଛି ସରକାରଙ୍କର ନିଷ୍ଠା ଓ ଆନ୍ତରିକତାକୁ ନେଇ। ସରକାରଙ୍କ ସ୍ପଷ୍ଟ କାର୍ଯ୍ୟକ୍ରମ ଘୋଷିତ ନ ହେଲେ ମଧ୍ୟ ଏହା ଭାବରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ଓ ମହାତ୍ମା ଗାନ୍ଧୀ ନରେଗା ଅର୍ଥ ଉପରେ ନିର୍ଭରଶୀଳ ବୋଲି ଜଣାଯାଉଛି। ତେବେ ଜୁନ୍‌ମାସ ଦ୍ୱିତୀୟ ସପ୍ତାହରେ ସରକାର ସମସ୍ତ ମାଟିକାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ। ରାଜ୍ୟରେ କାମପାଇଁ ହାତରେ କିଛି ଅର୍ଥ ଚାହିଁ ବସିଥିବା ୪୦ଲକ୍ଷ ଶ୍ରମଜିବୀ ପରିବାର ଜୁନ୍‌ରୁ ଅକେଫାବର ପାଞ୍ଚମାସ କାମ ପାଇବେକି? ଏ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ବିଧାନ ସଭାର ସ୍ୱତନ୍ତ୍ର ଅଧିବେସନ ଡାକି ବିସ୍ତୃତ ଆଲୋଚନା କରିବାପାଇଁ ଶ୍ରୀଯୁକ୍ତ ପଟ୍ଟନାୟକ ଦାବି କିରଛନ୍ତି ।
ଗତବର୍ଷ ପୁରୀ ଜିଲ୍ଲାରେ ଘଟିଥିବା ପ୍ରଳୟଙ୍କାରୀ ବାତ୍ୟା ’ଫନି’ ବାବଦରେ ୧୩ଶହ କୋଟି ଟଙ୍କା ପୁରୀ ଜିଲ୍ଲାପାଳଙ୍କୁ ସରକାର ଦେଇଥିଲେ। ମାତ୍ର ଏଥିରୁ ୨୦୦ କୋଟି ଟଙ୍କା ଜିଲ୍ଲାପାଳ ଫେରସ୍ତ କରିଥିବା ବେଳେ ବାକି ୧୧ଶହ କୋଟି ଟଙ୍କାରୁ ୬ଶହ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ଏଥିରୁ ସ୍ପଷ୍ଟ ଅନୁମେୟ ସରକାରଙ୍କର ଘୋଷଣା ଓ କାର୍ଯ୍ୟକାରୀତା ଭିତରେ ଆକାଶ ଓ ପୃଥିବୀର ପ୍ରଭେଦ ରହିଛି । କୃଷି ଓ କୃଷକମାନଙ୍କୁ ଋଣ ଯୋଗାଇବାରେ ଯେଉଁ ବଡ଼ ସ୍ୱପ୍ନ ବଂଟାଯାଇଛି ତାକୁ ନେଇ ପ୍ରଶ୍ନକରିଥିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ। ଏହି ସାମ୍ବାଦିକ ସମ୍ମଳନୀରେ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ।