ଓଡ଼ିଶାରେ ସୁସ୍ଥ ହେଲେ ୬୦୭ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଲେଣି ୧୧ ହଜାର ୯୩୭ ଜଣ
ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଶନିବାର ଦିନ ୬୦୭ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୧ ହଜାର ୯୩୭ ଜଣ ବ୍ୟକ୍ତି ସୁସ୍ଥ ହେଇସାରିଲେଣି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୬ ହଜାର ୭୦୧ ରେ ପହଂଚିଛି I ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ସର୍ବାଧିକ ୨୭୯ ଜଣ ସୁସ୍ଥ ହେଇଛନ୍ତି ଗଂଜାମ ଜିଲ୍ଲାରୁ I ସେହିପରି ଯାଜପୁର ଜିଲ୍ଲାରୁ ୮୪ […]
ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଶନିବାର ଦିନ ୬୦୭ ଜଣ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୧ ହଜାର ୯୩୭ ଜଣ ବ୍ୟକ୍ତି ସୁସ୍ଥ ହେଇସାରିଲେଣି I ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୬ ହଜାର ୭୦୧ ରେ ପହଂଚିଛି I
ଆଜି ସୁସ୍ଥ ହେଇଥିବା ରୋଗୀଙ୍କ ମଧ୍ୟରେ, ସର୍ବାଧିକ ୨୭୯ ଜଣ ସୁସ୍ଥ ହେଇଛନ୍ତି ଗଂଜାମ ଜିଲ୍ଲାରୁ I
ସେହିପରି ଯାଜପୁର ଜିଲ୍ଲାରୁ ୮୪ ଜଣ, ଖୋର୍ଦ୍ଧା ରୁ ୫୦ ଜଣ, କଟକ ରୁ ୪୨ ଜଣ, କେନ୍ଦୁଝର ରୁ ୨୩ ଜଣ, ମାଲକାନଗିରି ରୁ ୨୧ ଜଣ, ପୁରୀ ରୁ ୧୫ ଜଣ, ସୁନ୍ଦରଗଡ ରୁ ୧୫ ଜଣ, ମୟୁରଭଞ୍ଜ ରୁ ୧୨ ଜଣ, ବରଗଡ ରୁ ୧୧ ଜଣ, କୋରାପୁଟ ରୁ ୯ ଜଣ, କନ୍ଧମାଳ ରୁ ୮ ଜଣ, ଜଗତସିଂହପୁର ରୁ ୭ ଜଣ, ଅନୁଗୁଳ, ବାଲେଶ୍ୱର ଓ ନବରଙ୍ଗପୁର ରୁ ୬ ଜଣ ଲେଖାଏଁ, ଭଦ୍ରକ ରୁ ୫ ଜଣ, ଗଜପତି ରୁ ୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ରୁ ୨ ଜଣ ଲେଖାଏଁ ଏବଂ ଢେଙ୍କାନାଳ ରୁ ଜଣେ ବ୍ୟକ୍ତି ସୁସ୍ଥ ହେଇଛନ୍ତି I




