ନଭେମ୍ବର ମାସ ଏନ୍‌ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା

ଦିଲ୍ଲୀ: ସେପ୍‌ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍‌ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମହିଳାମାନଙ୍କୁ ସାମିଲ କରାଇବେ । ଏହାସହିତ ସେମାନଙ୍କ ପାଇଁ ଫିଜିକାଲ୍‌ ଫିଟ୍‌ନେସ୍‌, […]

Samaya Live Picture
Published On

ଦିଲ୍ଲୀ: ସେପ୍‌ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍‌ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନ୍‌ଡିଏ ପରୀକ୍ଷାରେ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମହିଳାମାନଙ୍କୁ ସାମିଲ କରାଇବେ । ଏହାସହିତ ସେମାନଙ୍କ ପାଇଁ ଫିଜିକାଲ୍‌ ଫିଟ୍‌ନେସ୍‌, ଉପଯୁକ୍ତ ତାଲିମ ବ୍ୟବସ୍ଥା ଏବଂ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଯିବ । ଯେପରି ପୁରୁଷ ପାର୍ଥୀଙ୍କ ପାଇଁ ସବୁ ପ୍ରକାରର ମାନଦଣ୍ଡ ରହିଛି ସେହିପରି ମହିଳାଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ସେମିତି ହେବ । ବିଶେଷ କରି ମେଡିକାଲ୍‌ ଫିଟ୍‌ ପାର୍ଥୀଙ୍କୁ ଅନୁମତି ଦିଆଯିବ ।
ଅନ୍ୟପକ୍ଷରେ, ମହିଳାମାନଙ୍କର ସ୍ୱାସ୍ଥ୍ୟଗତ ଯୋଗ୍ୟତା କ’ଣ ସବୁ ରହିବ, ତାହାର ରୂପରେଖ ପ୍ରସ୍ତୁତ ଚାଲିଛି । ଏହି ପ୍ରକ୍ରିୟା ସମୂର୍ଣ୍ଣ ହୋଇନଥିବାରୁ ଏହାର ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ତେବେ ୨୦୨୨ ମସିହା ମେ ମାସ ସୁଦ୍ଧା ମହିଳାଙ୍କୁ ଏନ୍‌ଡିଏ ପରୀକ୍ଷା ଦେବା ଲାଗି ଅନୁମତି ପ୍ରଦାନ କଲେ ୨୦୨୩ ମସିହାରେ ସେମାନେ ଏନ୍‌ଡିଏରେ ଯୋଗ ଦେବେ ବୋଲି ସୁପ୍ରିମକୋର୍ଟ ସରକାରଙ୍କୁ କହିଛିନ୍ତି । ‘ଏକ ବର୍ଷ ବିଳମ୍ବ ହୋଇଗଲେ ସବୁ କିଛି ଶେଷ ହୋଇଯିବ । ଆଜି କୌଣସି ପରୀକ୍ଷା ନାହିଁ , କାଲି ପରୀକ୍ଷା ହେବ । ଏହା ମହିଳାଙ୍କ ଆକାଂକ୍ଷା ବିରୋଧରେ ଯିବ ।’ ଏଣୁ ପରୀକ୍ଷାକୁ ସ୍ଥଗିତ ରଖିବା ବା ଟାଳିବା ସଠିକ୍‌ ସଙ୍କେତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛି ।
ସୂଚନ ଥାଉଯେ, ସୈନିକ ସ୍କୁଲ ଏବଂ ଇଣ୍ଡିଆନ ମିଲିଟାରୀ କଲେଜରେ ମହିଳାମାନଙ୍କୁ ଆଡମିଶନ ମିଳୁନଥିବାରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲାରେ ଶୁଣାଣି ଚାଲିଥିଲା । ଚଳିତ ବର୍ଷ ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟ ମହିଳାମାନଙ୍କୁ ଏନ୍‌ଡିଏ ପରୀକ୍ଷାରେ ବସିବା ପାଇଁ ଅନୁମତି ପ୍ରଦାନ କରିଥିଲେ ।