national news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୫ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ପାଇଁ ବନ୍ଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Published On
By Samaya Live
ନୋଏଡା: ନଭେମ୍ବର ୨୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ଚଳିତ ମାସ ୨୫ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ । ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ […]
ଅଳ୍ପ ପରିମାଣର ଡ୍ରଗ୍ସ ମିଳିଲେ, ଜେଲ୍ ଦଣ୍ଡ ହେବ ନାହିଁ !
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୨୫: ବଲିଉଡ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆରୟନ ଡ୍ରଗ୍ସ ମାମଲାରେ ଫସିବା ପରେ ଏବେ ସାରା ଦେଶରେ ଏନେଇ ଚର୍ଚ୍ଚା ଚାଲିଛି । ଡ୍ରଗ୍ସର ସେବନ ଓ ଚାଲାଣକୁ ନେଇ ଏନ୍ସିବି (ନାର୍କୋଟିକ୍ କଣ୍ଟ୍ରୋଲ ବୁ୍ୟରୋ) ଏହା ଉପରେ କଡ଼ା ନଜର ରଖିଛି । ଏହାରି ଭିତରେ ଏନ୍ଡିପିଏସ୍(ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରପିକ୍ ସବଷ୍ଟାନ୍ସ) ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛି । ବର୍ତ୍ତମାନ […]
ଲଖୀମପୁର ଖେରି ଘଟଣା: କୋର୍ଟର ସମନ ପରେ ମଧ୍ୟ ହାଜର ହେଲେନି କେନ୍ଦ୍ରମନ୍ତ୍ରୀଙ୍କ ପୁଅ
Published On
By Samaya Live
ଲଖୀମପୁର: ଅକ୍ଟୋବର ୦୮: ଲଖୀମପୁର ଖେରି ହିଂସାକାଣ୍ଡରେ ଚାଷୀ ସଙ୍ଗଠନ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାକୁ ମୁଖ୍ୟ ଅଭିଯୁକ୍ତ କହିଛି । ତେବେ ଏନେଇ ସୁପ୍ରିମକୋର୍ଟ ତାଙ୍କ ଘରକୁ ଏକ ସମନ କରିଥିଲା । ଦିନ ୧୦ଟା ସୁଦ୍ଧା ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଆଦେଶ ଦିଆଯାଇଥିଲା । ଏହାପରେ ମଧ୍ୟ ସେ କୋର୍ଟରେ ହାଜର ହୋଇନାହାନ୍ତି । ଖବର ଅନୁସାରେ, ସେ କୁଆଡ଼େ ଫେରାର ଅଛନ୍ତି । ତାଙ୍କ ଲୋକେସନ୍ ନେପାଳ କାଠମାଣ୍ଡୁରେ ମିଳିଥିବା […]
ଲକ୍ଷ୍ମୀପୁର ହିଂସାକାଣ୍ଡ: ପୋଲିସ ହେପାଜତରେ ଆମରଣ ଅନଶନ କଲେ ପ୍ରିୟଙ୍କା ଗାନ୍ଧୀ
Published On
By Samaya Live
ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ସୀତାପୁର ସ୍ଥିତ ଏକ ଗେଷ୍ଟହାଉସ୍ରେ ହେପାଜତରେ ରଖିଛି । ତେବେ ଏହାରି ଭିତରେ ପ୍ରିୟଙ୍କା ପ୍ରତିବାଦ ସ୍ୱରୂପ ପ୍ରଥମେ ଗେଷ୍ଟ ହାଉସରେ ଝାଡୁ ମାରିଥିଲେ । ଏହାର ଏକ ଭିଡିଓ ଟୁଇଟର୍ରେ ଭାଇରାଲ ହେବା ପରେ ପ୍ରିୟଙ୍କା ଚାଷୀଙ୍କୁ ଭେଟିବା ପାଇଁ ଆଉ ଏକ ନୀତି ଆପଣେଇଛନ୍ତି । ପୋଲିସ ହେପାଜତରେ ଥାଇ […]
ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଦେହାନ୍ତ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୨: ଦିଲ୍ଲୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତ୍ରୀ ତାଜଦାର ବାବରଙ୍କ ଆଜି ଦେହାନ୍ତ ହୋଇଛି । ସେ ଦିଲ୍ଲୀର ପୂର୍ବତନ ମେୟର ଫରହଦ୍ ସୁରୀଙ୍କର ମାତା ଅଟନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ରହିଥିଲେ । ତାଙ୍କ ବିୟୋଗରେ କଂଗ୍ରେସ ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ତାଙ୍କ ମରଶରୀରରୁ ଅନ୍ତିମ ଦର୍ଶନ ପାଇଁ ମଧ୍ୟାହ୍ନ […]
୨୪ ଘଣ୍ଟାରେ ଦେଶରେ ୨୪, ୩୫୪ କରୋନା ସଂକ୍ରମିତ ଓ ୨୫, ୪୫୫ ସୁସ୍ଥ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୨ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪, ୩୫୪ ରହିଛି । ଆଜିର ନୂଆ ଚିହ୍ନଟଙ୍କୁ ମିଶାଇ ଏବେ ଦେଶରେ ମୋଟ ୩ କୋଟି ୩୭ ଲକ୍ଷ ୯୧ ହଜାର ୬୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି । ସେହିପରି ୨୪ ଘଣ୍ଟା ମଧ୍ୟରେ ୨୫, ୪୫୫ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ୯୭.୮୬ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ […]
ସେନାକୁ ଅଧିକ ଶକ୍ତିଶାଳୀ କରାଇବ ‘ଅର୍ଜୁନ ଏମ୍କେ-୧’ କମାଣ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୪ : ଭାରତୀୟ ସେନାର ଯୁଦ୍ଧ କ୍ଷମତାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ରକ୍ଷାମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପ୍ରାୟ ୭, ୫୨୩ କୋଟି ଟଙ୍କା ବ୍ୟୟରେ କେନ୍ଦ୍ର ୧୧୮ଟି ‘ଅର୍ଜୁନ ଏମ୍କେ-୧’ ମଡେଲ ଟ୍ୟାଙ୍କ ବା କମାଣ ପ୍ରସ୍ତୁତ କରିବା ପାଇଁ ନିଷ୍ପିତ୍ତି ନେଇଛି । ଯାହା ସେନାକୁ ଦ୍ୱିଗୁଣିତ ଶକ୍ତିଶାଳୀ କରାଇବ । ସୂଚନା ଅନୁସାରେ, ଅର୍ଜୁନ ଏମକେ-୧ କମାଣର ପ୍ରସ୍ତୁତି ପାଇଁ ପ୍ରତିରକ୍ଷା ବିଭାଗ ଚେନ୍ନାଇ ସ୍ଥିତ […]
ବାଙ୍ଗାଲୋର ବାଣ କାରଖାନାରେ ବିସ୍ପୋରଣ: ୨ ମୃତ
Published On
By Samaya Live
ବାଙ୍ଗାଲୋର: ସେପ୍ଟେମ୍ବର ୨୩: ଆଜି କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋର ଏକ ବାଣ କାରଖାନାରେ ବିସ୍ପୋରଣ ଘଟିଛି । ଏଥିରେ ୨ ଜଣଙ୍କର ମୃତୁ୍ୟ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି । ବିସ୍ପୋରଣ ଏତେ ବଡ଼ ଥିଲା ଯେ, କାରଖାନା ଆଖପାଖରେ ଥିବା ଗାଡ଼ି ଉଡ଼ିଯାଇଥିଲା । ଘଟଣାସ୍ଥଳରେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଙ୍ଗାଲୋର ଡିସିପି(ଦକ୍ଷିଣ) ହରିସ ପାଣ୍ଡେଙ୍କ ସୂଚନା ଅନୁସାରେ, ଆଜି ସକାଳ ସମୟରେ ନୁ୍ୟ ଥାରାଗୁପେଟ୍ ଅଞ୍ଚଳରେ ଥିବା […]
ନଭେମ୍ବର ମାସ ଏନ୍ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନ୍ଡିଏ ପରୀକ୍ଷାରେ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମହିଳାମାନଙ୍କୁ ସାମିଲ କରାଇବେ । ଏହାସହିତ ସେମାନଙ୍କ ପାଇଁ ଫିଜିକାଲ୍ ଫିଟ୍ନେସ୍, […]
ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ ‘ହାଇବ୍ରିଡ୍ ଫ୍ଲାଇଙ୍ଗ କାର୍’
Published On
By Samaya Live
ଦିଲ୍ଲୀ: ସେପ୍ଯେମ୍ବର ୨୧: ଭାରତରେ ଖୁବ୍ ଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ‘ହାଇବ୍ରିଡ୍ ପ୍ଲାଇଙ୍ଗ କାର୍’ ବା ଉଡ଼ନ୍ତା ଗାଡ଼ି । ଆଜି ଏନେଇ ଭାରତର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ‘ଭିନାଟା ଏୟାରୋମୋବିଲିଟି’ର ଯୁବ ଟିମ୍ ଏହି ବିମାନକୁ ପ୍ରସ୍ତୁତ କରୁଛନ୍ତି । ଯାହା ଏହା ଏସିଆର ପ୍ରଥମ ହାଇବ୍ରିଡ ଫ୍ଲାଇଙ୍ଗ କାର୍ ବା ଉଡନ୍ତା ଗାଡ଼ି ହେବ । ଏହାକୁ ଲୋକମାନେ ମାଲ ପରିବହନ, […]
ହିମାଚଳରେ ଭୂଖଳନ ୧୦ରୁ ଉର୍ଦ୍ଧ୍ୱ ମୃତ, ୨୦ ନିଖୋଜ
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୨: ହିମାଚଳର କିନ୍ନୌର ଜିଲ୍ଲାରେ ଗତକାଲି ଏକ ବଡ଼ ଧରଣର ଭୂଖଳ ଘଟିଛି । ଏଥିରେ ୧୦ରୁ ଉର୍ଦ୍ଧ୍ୱ ପ୍ରାଣ ହରାଇଥିବା ବେଳେ ୨୦ ଜଣ ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟପକ୍ଷେ ଭୂଖଳନ ଯୋଗୁଁ ୫୦୦ ମିଟର ଗଭୀର ଘାଟିରେ ପଡ଼ିଥିବା ବସ୍ର ଭଗ୍ନାଶେଷ ଉଦ୍ଧାର କରାଯାଇଛି । ସେହିପରି ୨୦୦ ମିଟର ଗଭୀର ମାଟି ତଳେ ଦବିଯାଇଥିବା ପ୍ରାୟ ୧୫ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏବେ ସେଠାରେ ଉଦ୍ଧାର […]
ଆସନ୍ତାକାଲି ହେବ ପ୍ରଧାନମନ୍ତ୍ରୀ ଉଜ୍ୱଳା ୨.୦ର ଶୁଭାରମ୍ଭ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯: ଆସନ୍ତା କାଲି ଅପରାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କଫେରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମୋହବାରେ ଏଲ୍ପିଜି ସଂଯୋଗ ହସ୍ତାନ୍ତର ସହିତ ଉଜ୍ୱଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା-ପିଏମ୍ୟୁଆଇ)ର ଶୁଭାରମ୍ଭ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଦେଶକୁ ସମ୍ବୋଧିତ କରିବେ । ୨୦୧୬ରେ ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନାରେ ଦେଶର ବିପିଏଲ୍ ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲ୍ପିଜି […]

