କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍
ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍। ତେବେ ବର୍ତ୍ତମାନ ବିଶ୍ୱର ୨୫ ରାଷc୍ରରୁ ୨୦୦ରୁ ଅଧିକ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ବୁଧବାର ଆମେରିକାର କାଲିଫର୍ଣିଆରୁ ଜଣେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଦକ୍ଷିଣଆଫ୍ରିକା ଯାତ୍ରା ପରେ କରୋନା ପଜିଟିଭ ହୋଇଥିଲେ। ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ଦ୍ୱାରା […]
ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍। ତେବେ ବର୍ତ୍ତମାନ ବିଶ୍ୱର ୨୫ ରାଷc୍ରରୁ ୨୦୦ରୁ ଅଧିକ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି।
ବୁଧବାର ଆମେରିକାର କାଲିଫର୍ଣିଆରୁ ଜଣେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଦକ୍ଷିଣଆଫ୍ରିକା ଯାତ୍ରା ପରେ କରୋନା ପଜିଟିଭ ହୋଇଥିଲେ। ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ଦ୍ୱାରା ଚିହ୍ନଟ ହୋଇଥିଲେ। ସେହିପରି ୟୁଏଇରୁ ଜଣେ ମଧ୍ୟ ଏହି ଭୂତାଣୁର ଶିକାର ହୋଇଛନ୍ତି। ତେବେ ଏହି ଭ୍ୟାରିଆଣ୍ଟ କେତେ ଭୟାବହ ରୂପ ଧାରଣ କରିବ ତାହା ବର୍ତ୍ତମାନ ସୁଦ୍ଧା ଜଣା ନପଡିଥିଲେ ମଧ୍ୟ ଲୋକ ମାନଙ୍କୁ ସାବଧାନ ଓ କରୋନା କଟକଣାକୁ ମାନିବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।
ଡେଲଟା ଓ ଲାମ୍ବଡା ଭ୍ୟାରିଆଣc ପରି ଏହା ମାରାତ୍ମକ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ତେଣୁ ଏହାକୁ ସାମାନ୍ୟ ଭାବିବା ଆମର ମୂର୍ଖତା ହେବ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ।




