ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ

ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ । ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ […]

Samaya Live Picture
Published On

ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ ।
ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି ।

ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହିତ ୧୬ ଜଣ ମନ୍ତ୍ରୀ ଶପଥ ନେବେ । ଶପଥପାଠ ଉତ୍ସବ ସ୍ଥଳରେ ୧ ଲକ୍ଷ ଲୋକଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ବେଳେ ଆଖପାଖ ରାଜ୍ୟରୁ ୨ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇପାରେ ବୋଲି ସୂଚନା ମିଳିଛି । ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବା କାରଣରୁ ସୁରକ୍ଷା ଦାୟିତ୍ୱକୁ ଦୃଷ୍ଟିରେ ରଖି, ୮ ହଜାରରୁ ଅଧିକ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମରେ ନିୟୋଜିତ ରହିବେ ।

ଉକ୍ତ ଶପଥ କାର୍ଯ୍ୟକ୍ରମରେ ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା, ସାଂସଦ ସଂଜୟ ସିଂ, ଆମ ଆଦମୀ ପାର୍ଟିର ପଞ୍ଜାବ ପ୍ରଭାରୀ ରାଘବ ଚଢା ସାମିଲ ହେବେ । ତେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି, କ୍ୟାପେଫନ ଅମରିନ୍ଦର ସିଂ, କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଶପଥ ସମାରୋହରେ ସାମିଲ ପାଇଁ ନିମନ୍ତ୍ରଣ କରାଯାଇଛି ।