ମାତାପିତା ହେଲେ ପ୍ରିୟଙ୍କା-ନିକ୍‌

ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍‌ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବଂ ନିକ୍‌ ଜୋନସ୍‌ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍‌ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ […]

Samaya Live Picture
Published On

ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍‌ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ଏବଂ ନିକ୍‌ ଜୋନସ୍‌ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍‌ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏଖୁସି ଖବର ଦେଇଛନ୍ତି ।

ପ୍ରିୟଙ୍କା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଆପଣମାନେ ଜାଣି ଖୁସି ହେବେ ଯେ ସରୋଗେଟ୍‌ ମାଧ୍ୟମରେ ଆମ ସନ୍ତାନକୁ ସ୍ୱାଗତ କରିଛୁ । ଆମେ ଏହି କଥାକୁ ଗୋପନୀୟତା ରଖିଥିଲୁ କାରଣ ସେହି ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ଅଧିକ ଗୁରୁତ୍ୱ ଦେଉଥିଲୁ ।’ ତେବେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ କି ପୁଅ ହେଇଛି କି ଝିଅ । ଏସମ୍ପର୍କରେ କେହି ବି ସୂଚନା ଦେଇନାହାନ୍ତି । ହେଲେ ଏକ ରିପୋର୍ଟ ଅନୁଯାୟୀ ପ୍ରିୟଙ୍କା-ନିM ଘରେ ଏକ ଶିଶୁକନ୍ୟା ଜନ୍ମ ହୋଇଛି ।

ହେଲେ ଏଖବରରେ କେତେ ସତ୍ୟତା ରହିଛି ତାହା ଜାଣିବାକୁ ବାକି ରହିଲା । ପିତାମାତା ହେବା ପରେ ଜୋନସ୍‌ ଏବଂ ଚୋପ୍ରା ପରିବାରରେ ଖୁସିର ମାହୋଲ ଦେଖାଦେଇଛି । ଉଭୟଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ଏଥିସହ ଉଭୟଙ୍କ ସାଙ୍ଗସାଥୀ ପ୍ରିୟଙ୍କା ପୋଷ୍ଟରେ ଲଗାତାର କମେଣ୍ଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଗତ ୨ ବର୍ଷ ଧରି ପ୍ରିୟଙ୍କାଙ୍କ ପ୍ରେଗନେନ୍ସି ଖବରର ଗୁଜବକୁ ନେଇ ଚର୍ଚ୍ଚା କରାଯାଉଛି । ଏପରିକି କିଛି ଦିନ ତଳେ ମିଛ ଛାଡପତ୍ରର ଖବର ଭାଇରାଲ ହେବାରେ ଲାଗିଥିଲା । ପ୍ରିୟଙ୍କା ଏବଂ ନିକ୍‌ ୨୦୧୮ରେ ପାରମ୍ପରିକ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବିବାହର ତିନି ବର୍ଷ ପରେ ଲଭ୍‌ବାର୍ଡସ୍‌ ପିତୃତ୍ୱକୁ ଆପଣାଇ ଖୁବ୍‌ ଖୁସି ପ୍ରକାଶ କରିଛନ୍ତି । ନିକଟରେ ପ୍ରିୟଙ୍କା ‘ମ୍ୟାଟ୍ରିକ୍ସ’ ଫିଲ୍ମରେ ନଜର ଆସିଥିଲେ । ଆଗକୁ ସେ ‘ଟେକ୍ସଟ୍‌ ଫର୍‌ ୟୁ’ ଏବଂ ’ସିଟାଡେଲ’ ସମେତ ଅନେକ ପ୍ରୋଜେକଫରେ ନଜର ଆସିବେ । ଏହା ବ୍ୟତୀତ ଖୁବଶୀଘ୍ର ପ୍ରିୟଙ୍କା, ଆଲିୟା ଏବଂ କ୍ୟାଟ୍ରିନାଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ର ସୁଟିଂ ଆରମ୍ଭ କରିବେ ।