ଡିଜିଟାଲ ଏଣ୍ଟ୍ରି କରିବେ ବରୁଣ
ମୁମ୍ବାଇ: ସିନେ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଓଟିଟିର ରାଜୁତି ଚାଲିଛି ଏବଂ କେହି ନା କେହି ଷ୍ଟାର ଲଗାତାର ନୂଆ ନୂଆ େୱବସିରିଜ୍ର ଘୋଷଣା ଜାରି ରଖିଛନ୍ତି । ଫିଲ୍ମରେ ନିଜ ପାରିଦର୍ଶିତା ଦେଖାଇବା ପରେ ଅଭିନେତା ବରୁଣ ଧୱନ ମଧ୍ୟ ଡିଜିଟାଲ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେପଟେ ହାତରେ ଢେରସାରା ପ୍ରୋଜେକଫ ଧରି ପୁଣି ନୂଆ ଫିଲ୍ମର ଘୋଷଣା କରିଛନ୍ତି । ଶେଷଥର ପାଇଁ ୨୦୨୦ରେ ଫିଲ୍ମ ‘କୁଲି ନମ୍ବର ୱାନ୍’ରେ […]
ମୁମ୍ବାଇ: ସିନେ ଇଣ୍ଡଷ୍ଟ୍ରୀରେ ବର୍ତ୍ତମାନ ଓଟିଟିର ରାଜୁତି ଚାଲିଛି ଏବଂ କେହି ନା କେହି ଷ୍ଟାର ଲଗାତାର ନୂଆ ନୂଆ େୱବସିରିଜ୍ର ଘୋଷଣା ଜାରି ରଖିଛନ୍ତି । ଫିଲ୍ମରେ ନିଜ ପାରିଦର୍ଶିତା ଦେଖାଇବା ପରେ ଅଭିନେତା ବରୁଣ ଧୱନ ମଧ୍ୟ ଡିଜିଟାଲ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସେପଟେ ହାତରେ ଢେରସାରା ପ୍ରୋଜେକଫ ଧରି ପୁଣି ନୂଆ ଫିଲ୍ମର ଘୋଷଣା କରିଛନ୍ତି ।

ଶେଷଥର ପାଇଁ ୨୦୨୦ରେ ଫିଲ୍ମ ‘କୁଲି ନମ୍ବର ୱାନ୍’ରେ ନଜର ଆସିଥିବା ବରୁଣ ଏବେ ବହୁତ ବ୍ୟସ୍ତ । ୩-୪ଟି ଫିଲ୍ମ ସହ ଏକ େୱବସିରିଜ୍ରେ କାମ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ପ୍ରିୟଙ୍କା ଚୋପ୍ରା ଏବଂ ରିଚର୍ଡ ମେଡେନଙ୍କ ଅଭିନୀତ ଆକ୍ସନରେ ଭରପୁର ଆମେରିକୀୟ ଗୁପ୍ତଚର ସିରିଜ ‘ସିଟାଡେଲ’ର ଭାରତୀୟ ସ୍ପିନ୍ ଅଫ୍ ସହ ବରୁଣ ଧମାକା କରିବାକୁ ଯାଉଛନ୍ତି । ଏହାକୁ ନେଇ ବରୁଣ ଉତ୍ସାହିତ ଅଛନ୍ତି ଏବଂ କହିଛନ୍ତି ଯେ ‘ତାଙ୍କୁ ଓଟିଟି ମଞ୍ଚ ପସନ୍ଦ । ଏଥିରେ କିଛି ବଡ଼ ଓ ରୋମାଞ୍ଚକର ଆସିବାକୁ ଯାଉଛି, କିନ୍ତୁ ଏବର୍ଷ ରିଲିଜ୍ ହେବ ନାହିଁ ।’

ଅନ୍ୟପକ୍ଷରେ ଅଭିନେତ୍ରୀ ପ୍ରିୟଙ୍କା ଏହି ସିରିଜ୍ର ସୁଟିଂର ଲଣ୍ଡନରେ କରୁଛନ୍ତି । ଏହାର ନିର୍ଦ୍ଦେଶନା ‘ଆଡଭେଞ୍ଚର୍ସ: ଏଣ୍ଡ୍ଗେମ୍’ ଫିଲ୍ମ ନିର୍ମାତା ଜୋ ଏବଂ ଆନ୍ଥୋନୀ ଋଷୋ ଦ୍ୱାରା କରାଯାଉଛି । ତେବେ ଏ ସିରିଜ୍ ସମ୍ପର୍କରେ ବରୁଣ ସ୍ପଷ୍ଟ କରି କିଛି କହି ନାହାନ୍ତି ଏବଂ ଖୁବଶୀଘ୍ର ଏହାର ଘୋଷଣା କରିବେ ବୋଲି ଜଣାପଡ଼ିଛି । ସେପଟେ ବରୁଣ ଆଉ ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି, ଯାହାର ନାମ ‘ବବାଲ୍’ ରହିଛି ।

ଏଥିରେ ତାଙ୍କ ସହ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ । ସାଜିଦ ନାଡିୟାୱାଲା ଏବଂ ନିତେଶ ତିୱାରୀ ଏସମ୍ପର୍କରେ ଘୋଷଣା କରି ଫିଲ୍ମଟି ଆଗାମୀ ବର୍ଷ ୭ ଏପ୍ରିଲରେ ରିଲିଜ୍ ହେବ ବୋଲି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ବରୁଣ ବର୍ତ୍ତମାନ ‘ଜୁଗ୍ ଜୁଗ୍ ଜିୟୋ’ ଏବଂ ‘ଭେଡିୟା’ ଫିଲ୍ମରେ କାମ କରୁଛନ୍ତି ।




