ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ତାଙ୍କର ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’କୁ ନେଇ ଏବେ ଲାଇମଲାଇଟ୍‌ରେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯେଉଁଥିରେ ଆଲିୟାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ଏବଂ ବେଶ୍‌ ପ୍ରଶଂସନୀୟ ହୋଇପାରିଛି । ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ଏହି ବହୁପ୍ରତିକ୍ଷୀତ ଫିଲ୍ମର ଏବେ ୱାଲïର୍ ପ୍ରିମିୟର ହେବାକୁ ଯାଉଛି । ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ପ୍ରଦର୍ଶିତ ହେବ । ରିପୋର୍ଟ ଅନୁଯାୟୀ […]

Samaya Live Picture
Published On

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିୟା ଭଟ୍ଟ ତାଙ୍କର ଆଗାମୀ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’କୁ ନେଇ ଏବେ ଲାଇମଲାଇଟ୍‌ରେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିଲା, ଯେଉଁଥିରେ ଆଲିୟାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି ଏବଂ ବେଶ୍‌ ପ୍ରଶଂସନୀୟ ହୋଇପାରିଛି ।
 ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’

ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ଏହି ବହୁପ୍ରତିକ୍ଷୀତ ଫିଲ୍ମର ଏବେ ୱାଲïର୍ ପ୍ରିମିୟର ହେବାକୁ ଯାଉଛି । ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହା ପ୍ରଦର୍ଶିତ ହେବ ।
 ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’

ରିପୋର୍ଟ ଅନୁଯାୟୀ ଆଲିୟାଙ୍କ ଏହି ବାୟୋପିକ୍‌ ଡ୍ରାମା ଫିଲ୍ମ ଗଙ୍ଗୁବାଈ କାଠିଆୱାଡୀକୁ ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ଦେଖାଯିବ । ଏହି ସେଗମେଣ୍ଟରେ ସେହି ଫିଲ୍ମକୁ ସ୍କ୍ରିନିଂ କରାଯିବ, ଯାହା କରୋନା ମହାମାରୀ ସମୟରେ ସୁଟିଂ କରାଯାଇଛି ।

 ବର୍ଲିନ ସ୍ପେଶାଲ ସେଗମେଣ୍ଟରେ ପ୍ରଦର୍ଶିତ ହେବ ଆଲିୟାଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡୀ’
ଏହି ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ମଧ୍ୟ ଆଲିୟା ଭଟ୍ଟ ବର୍ଲିନ ଗସ୍ତ କରିଛନ୍ତି । ସେପଟେ ଫିଲ୍ମଟି ସ୨୫ ଫେବୃଆରୀରେ ଦେଶର ସମସ୍ତ ସିନେମାଘରେ ମୁକ୍ତିଲାଭ କରିବ ।