ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ

ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଧୁମଧାମରେ ଯାତ୍ରା କରିବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ମାତା ଭାବେ କୁସମୀ ଗ୍ରାମର ଅଜୟ ବେହେରା ଓ ଧର୍ମପତ୍ନୀ କାଦମ୍ବିନୀ ବେହେରା ମନୋନୀତ ହୋଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ପିତା ମାତା ଭାବରେ ଲାଇଡଝଗୁନା […]

Samaya Live Picture
Published On

ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଧୁମଧାମରେ ଯାତ୍ରା କରିବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ମାତା ଭାବେ କୁସମୀ ଗ୍ରାମର ଅଜୟ ବେହେରା ଓ ଧର୍ମପତ୍ନୀ କାଦମ୍ବିନୀ ବେହେରା ମନୋନୀତ ହୋଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ପିତା ମାତା ଭାବରେ ଲାଇଡଝଗୁନା ଗ୍ରାମର ଆଶିଷ ପଟେଲ ଏବଂ ତାଙ୍କ ଧର୍ମପତ୍ନୀ ପାୟଲ ଦାୟୀତ୍ୱ ନେଇଛନ୍ତି ।

ଅକ୍ଷୟ ତୃତୀୟା ଦିନ ବାବା ଶଗଡେଶ୍ୱରଙ୍କ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ଥାଳଉଠା କାର୍ଯ୍ୟକ୍ରମ ପାଇଁ ଦିନ ଧର୍ଯ୍ୟ ହୋଇଛି । ବୈଠକରେ ମହୋତ୍ସବ ସଂଯୋଜକ ମଳୟ ବେହେରା, ଡ. ଶରତ ଚନ୍ଦ୍ର ଗୌନ୍ତିଆ, ଗଣେଶ ଗୁପ୍ତା, ସଞ୍ଜୟ ମହାକୁଳ, ସୁରଥ ନାୟକ, ତାରିଣୀ ଶର୍ମା, ଶଶି ଭୂଷଣ ବଢ଼େଇ, ରାଜୁ ଶର୍ମା, ବିକାଶ ମହାକୁଳ, ମିତ୍ର ରାଏ, ରୁଦ୍ରନାରାୟଣ ବେହେରା, ନରେନ୍ଦ୍ର ପଳେଇ, ବାବୁନି ମହାନ୍ତି, ବୁଧୁରାଏ ମହାକୁଳ, ସଂଜୀବ ପଣ୍ଡା, ଜେମାଦେଇ ମାଝୀ, ରତନଲାଲ ସିଂ, ଟିକନ ଶର୍ମା, ଡ଼ିମିରିମୁଣ୍ଡା ସରପଞ୍ଚ ପ୍ରହ୍ଲାଦ ଧୂରୁଆ, ପ୍ରମୁଖ ଉପସ୍ଥିତ ଥିଲେ । ମହେନ୍ଦ୍ର ବାଘ ଧନ୍ୟବାଦ ଦେଇଥିଲେ ।