Jamankira news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ବେସରକାରୀ ଜାଗାରେ ୫୦ବର୍ଷର ସ୍କୁଲ, ଛାଡିବା ପାଇଁ ୪୦ ଲକ୍ଷର ନୋଟିସ
Published On
By Samaya Live
ଜମନକିରା : ଜମନକିରା ବ୍ଲକ ସଦର ମହକୁମା କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ କରାଯାଇଛି । ସୂଚନଯୋଗ୍ୟ ଯେ ଜମନକିରା ସଦର ମହକୁମାରେ କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟଟି ୧୯୭୦ ମସିହା ବେଳରୁ ପ୍ରତିଷ୍ଠା ହୋଇଛି । ଏହା ୫୦ବର୍ଷରୁ ଅଧିକ ପୁରାତନ ହୋଇଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳର ରବି ମହାକୁଲ ନାମକ ଜୈନେକ ବ୍ୟକ୍ତି ସ୍କୁଲର ଚାରି ଡିସିମିଲ ଜାଗାକୁ ନିଜ ଜାଗା […]
ତହସିଲରୁ ବିଳମ୍ବରେ ମିଳୁଛି ପ୍ରମାଣପତ୍ର, ସମସ୍ୟାରେ ଛାତ୍ରଛାତ୍ରୀ
Published On
By Samaya Live
ଜମନକିରା : ନୂତନ ଶିକ୍ଷାବର୍ଷ ୨୦୨୨-୨୩ରେ ଛାତ୍ରଛାତ୍ରୀ ନାମ ଲେଖା ପାଇଁ ଆବଶ୍ୟକ ପଡ଼ିଥାଏ ଜାତିଗତ, ବାସିନ୍ଦା ଏବଂ ଆୟ ପ୍ରମାଣପତ୍ର । ଉକ୍ତ ପ୍ରମାଣପତ୍ର ଗୁଡ଼ିକ ତହସିଲ, ରାଜସ୍ୱ ନିରୀକ୍ଷକ ଏବଂ ସହଯୋଗ କେନ୍ଦ୍ରରୁ ମିଳିଥାଏ । ମାତ୍ର ତହସିଲ କାର୍ଯ୍ୟାଳୟରୁ ଉକ୍ତ ପ୍ରମାଣପତ୍ର ଗୁଡ଼ିକ ମାସ ମାସ ଧରି ମିଳି ପାରୁନଥିବା ଯୋଗୁଁ ଛାତ୍ରୀ ଛାତ୍ର ତଥା ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, […]
ବନ ବିଭାଗର ଭିତିରି କଥା: ଚାଲୁଣି ବାଟେ ଗଳି ଯାଉଛି ଜଗି ରହିଛି ଛୁଞ୍ଚିକି
Published On
By Samaya Live
ଜମନକିରା :ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଥିବା ଜମନକିରା ରେଞ୍ଜ ଏବଂ ବଡରମା ରେଞ୍ଜରେ ବ୍ୟାପକ ଭାବେ କାଠ, ଗଛ, ପଟ୍ଟା, ଜ;ୁ ଶିକାର, ଜଙ୍ଗଲଜାତ ଦ୍ରବ୍ୟ ଚୋରା କାରବାର ବଢି ଚାଲିଥିବା ବେଳେ ବନ ବିଭାଗ କେବଳ ଲୋକ ଦେଖାଣିଆ କାର୍ଯ୍ୟ କରି ମାଫିଆ ମାନଙ୍କ ସହ ମିଶି ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହେଉଛି । ଲୋକ ଅଭିଯୋଗ କଲେ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କେବଳ ମାମଲା ରୁଜୁ […]
ପିକଅପ ଭ୍ୟାନ ଧକାରେ ହାତୀ ଗୁରୁତର
Published On
By Samaya Live
ଜମନକିରା : ରାଜ୍ୟରେ ପୁଣି ଆଉ ଏକ ହାତୀର ଦୁର୍ଘଟଣାରେ ଗୁରୁତର ହୋଇଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୂର ବାନଞ୍ଚଳ ସୀମାନ୍ତବର୍ତ୍ତୀ ବଂଜାରି ଗ୍ରାମ ନିକଟସ୍ଥ ୪୮ ନମ୍ବର ଜାତୀୟ ରାଜପଥରେ ରାସ୍ତା ପାରି କରୁଥିବା ଏହି ଦୁର୍ଘଟଣାଟି ଘଟିଥିଲା । ୨୩ ଜଣ ହାତୀପଲ ରାସ୍ତା ପାର୍୍ କରୁଥିବା ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ଗୋଟିଏ ମାଈ ହାତୀକୁ ଧMା ଦେଇଥିଳା । ଫଳରେ ହାତୀ ଗୋଡ଼ରେ ଗୁରୁତର ଆଘାତ ଲାଗି […]
ଭୋଏଡେରା ଗ୍ରାମରେ ଜଳ ଉତ୍କଟ ସଙ୍କଟ
Published On
By Samaya Live
ଜମନକିରା : ଜମନକିରା ବ୍ଳକ କେନାଢିପା ପଞ୍ଚାୟତ ଭୋଏଡେରା ଗ୍ରାମରେ ଏବେ ଉତ୍କଟ ଭାବେ ଜଳ ସଂକଟ ଦେଖିବାକୁ ମିଳିଛି । ଏହି ଗ୍ରାମରେ ପ୍ରାୟ ୪୦ ପରିବାର ରହୁଥିବା ବେଳେ ଜନସଂଖ୍ୟା ପ୍ରାୟ ୧୫୦ରୁ ଅଧିକ । ଏଠି ୫ଟି ନଳକୂପ ଥିବାବେଳେ ଭୂତଳ ସ୍ରୋତ କମିବାକୁ ବସିଥିବାରୁ ନଳକୂପ ଗୁଡିକରୁ ଉପଯୁକ୍ତ ପାଣି ବାହାରି ପାରୁନଥିବା ଅଂଚଳ ବାସିଙ୍କ ଅଭିଯୋଗ ରହିଛି । ପଞ୍ଚାୟତ ଅଞ୍ଚଳର ୪ ଖଣ୍ଡ ଗ୍ରାମକୁ ନେଇ ଯଥା- ବିଜାଗୁଡା, […]
ଘରୁ ତଡ଼ିଦେଲା ପୁଅ, ଝାଟିମାଟି ଘରେ ବୃଦ୍ଧା ଦମ୍ପତିଙ୍କ ବିତୁଛି ଜୀବନ
Published On
By Samaya Live
ଜମନକିରା : ଭାରତ ସଂସ୍କୃତି ପରମ୍ପରା ବହୁଳ ଦେଶ । ଏଠି ପିତାମାତାଙ୍କୁ ଭଗବାନଙ୍କ ଦରଜା ଦେଇ ପୂଜାର୍ଚ୍ଚନା କରାଯାଇଥାଏ । ଉଦାହରଣ ସ୍ୱରୁପ ଶ୍ରବଣ କୁମାର ଯିଏ କି, ନିଜ ଅନ୍ଧ ବୃଦ୍ଧ ପିତା ମାତାଙ୍କୁ ନିଜ କାନ୍ଧରେ ବୋହି ସଂସାର ଭ୍ରମଣ ପାଇଁ ବାହରି ପଡ଼ିଥିଲେ ଏବଂ ପର୍ଶୁରାମ ଯିଏ କି ନିଜ ପିତାଙ୍କ ଆଜ୍ଞାକୁ ଅବଜ୍ଞା କରୁନଥିଲେ । କି;ୁ ଯୁଗ ବଦଳିବା ସହ ଏବେ ସମସ୍ତ ସଂସ୍କୃତି ଓ ପରମ୍ପରା ବଦଳିବାରେ […]
ଜମନକିରାରେ ଥିବା ବିସ୍ମୟ ଶିଳା ବଢ଼ୁଛି
Published On
By Samaya Live
ଜମନକିରା : ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ବୁଦେଳକାନି ଗ୍ରାମର ମୁଣ୍ଡାପଡାରେ ଏକ ବିସ୍ମୟ ଶିଳା ଦେଖିବାକୁ ମିଳୁଛି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି । ସେହି ଶିଳାଟି ବଢ଼ୁଛି ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏଣୁ ଏବେ ସେହି ଶିଳାକୁ ଦେଖିବାକୁ ଆଖପାଖ ଗ୍ରାମ ଓ ଅଞ୍ଚଳରୁ ବହୁ ଲୋକ ଆସୁଛନ୍ତି । ଖବର ଅନୁସାରେ, ବୁଦେଲକାନି ଗ୍ରାମ ମୁଣ୍ଡାପଡ଼ାରେ ବହୁ ବର୍ଷରୁ ଏହି ପଥର ରହିଛି । […]
ଚାଉଳ ପାଇଁ ୫କିମି ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ
Published On
By Samaya Live
ଜମନକିରା : ଚାଉଳ ପାଇଁ ୫ କିମି ସାଇକେଲ ପେଲି ପେଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ । ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଞ୍ଜାରୀ ଗ୍ରାମର ସୁବାସିନି ମାଝୀ (୨୨) । ସେ ଜଣେ ଭିନ୍ନକ୍ଷମ । ପରିବାର କହିଲେ ତାଙ୍କ ମା’ ବୁଢୀ ଦେଦମତୀ ମାଝୀଙ୍କ ସହ ସେ ଦୁଇ ଜଣ । ଗୋଟେ ବଡ ଭଉଣୀ ଥିଲେ, କି;ୁ ଏବେ ସେ ବାହା ହୋଇ ଅନ୍ୟତ୍ର ରହୁଥିବା ସୁବାସିନି କହିଛନ୍ତି । […]
ଚଉଶିଙ୍ଗାର ମୁଣ୍ଡ, ଚମଡା, ମାଂସ ଜବତ: ୨ ଅଟକ
Published On
By Samaya Live
ଜମନକିରା: ଦିନକୁ ଦିନ ପଶ୍ଚିମ ଓଡ଼ିଶାରେ ବେଆଇନ୍ ପଶୁ ସମ୍ପଦ ଚାଲଣ ବଢ଼ୁଥିବା କେସ୍ ସମ୍ମାକୁ ଆସୁଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଚଢ଼ାଉ କରି ଚଉଶିଙ୍ଗା ର ମୁଣ୍ଡ, ଛାଲ ଓ ମାଂସ ରଖିବା ଅଭିଯୋଗରେ ୨ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି । ବନ ବିଭାଗର ସୂଚନା ଅନୁସାରେ, ଟିକିବା ପଞ୍ଚାୟତ ବଡ଼ଖଲିଆ ଗାଁର ସୁଶିଲ ଭଇଁସା(୨୯) ଏବଂ […]
ପ୍ରଶାସନର ନିଘା ନାହିଁ ଗ୍ରାମବାସୀ ତିଆରି କଲେ ପୋଖରୀ
Published On
By Samaya Live
ଜମନକିରା : ଗ୍ରାମାଞ୍ଚଳ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧିଙ୍କ ଅବହେଳା ମନୋଭାବ ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗ୍ରାମରେ ପୋଖରୀ ଖଣ୍ଡିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ ଅଫିସ ଧାଇଁ ଧାଇଁ ନୟାନ୍ତ ହେବା ପରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତ ସାଲେଭାଡ଼ି ଗାଁ ଲୋକ ନିଜ ଗାଁ ପୋଖରୀ ଖୋଲା ଆରମ୍ଭ […]
ଶଗଡେଶ୍ୱର ଶୀତଲଷଷ୍ଠୀ ଯାତ୍ରା ପ୍ରସ୍ତୁତି ବୈଠକ
Published On
By Samaya Live
ଜମନକିରା : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ଶଗଡେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ସୋମବାର ପ୍ରସ୍ତୁତି ବୈଠକ ବାବା ମଠରେ ଅନୁଷ୍ଠିତ ହୋଇଯାଇଛି । ନୃପଲାଲ ପଳେଇଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଧୁମଧାମରେ ଯାତ୍ରା କରିବାକୁ ଆଲୋଚନା ହୋଇଥିଲା । ଚଳିତ ବର୍ଷ ମାତା ପାର୍ବତୀଙ୍କ ପିତା ମାତା ଭାବେ କୁସମୀ ଗ୍ରାମର ଅଜୟ ବେହେରା ଓ ଧର୍ମପତ୍ନୀ କାଦମ୍ବିନୀ ବେହେରା ମନୋନୀତ ହୋଇଥିବା ବେଳେ ବାବା ଶଗଡେଶ୍ୱରଙ୍କ ପିତା ମାତା ଭାବରେ ଲାଇଡଝଗୁନା […]
ଧୂଆଁମୟରେ ବିତୁଛି ଜମନକିରା ଅଞ୍ଚଳବାସୀଙ୍କ ଦିନ
Published On
By Samaya Live
ଜମନକିରା: ସମ୍ବଲପୁର ଜିଲ୍ଲାରେ ଥିବା ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଏବେ ଧୂଆଁ । ଦିନ ହେଉ ଅବା ରାତି ସବୁ ସମୟରେ ଧୂଆଁ । ଘରେ ଧୂଆଁ ପସି ଅଣନିଃଶ୍ୱାସ ହୋଇପଡ଼ୁଛନ୍ତି ଅଞ୍ଚଳବାସୀ । ଖରା ଗରମ ଅସହ୍ୟ ହେଉଥିଲା ବେଳେ ଧୂଆଁ ପାଇଁ ଘରର ତାଟି କବାଟ ଦେବାକୁ ପଡ଼ୁଛି । ଏହିପରି ଭାବେ ଜମନକିରା ଅଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସୂଚନା ଅନୁସାରେ, ଜମନକିରାରେ ଏବେ ମହୁଲଫୁଲ ଗୋଟାଇବା ପାଇଁ […]

