ସମ୍ବଲପୁରରେ ସାଇବର୍ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା
ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍ ଲୋଭରେ ସେ ସାଇବର୍ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]
ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍ ଲୋଭରେ ସେ ସାଇବର୍ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ଶସ୍ତାରେ ମୋବାଇଲ୍ କିଣିବା ଲୋଭରେ ଧବଳେଶ୍ୱର ସାଇବର୍ ଠକେଇର ଶିକାର ହୋଇଛନ୍ତି । ଗତ ସୋମବାର ଧବଳେଶ୍ୱର ତାଙ୍କ ମୋବାଇଲରେ କିଛି ଦେଖୁଥିଲେ । ଏତିକି ବେଳେ ତାଙ୍କ ଡିସପ୍ଳ୍ଲେରେ ଏକ ନୂତନ ମୋବାଇଲ ଚିତ୍ର ବାହାରି ଥିଲା । ଯାହାର ବଜାର ମୂଲ୍ୟ ବହୁତ ଅଧିକ(ପାଖାପାଖି ୫୦ ହଜାର ଟଙ୍କା) ରହିଥିବା ବେଳେ ତାଙ୍କ ଡିସ୍ପ୍ଲେରେ ଅଫର୍ ଦର୍ଶାଇ ମୂଲ୍ୟ ବହୁତ କମ୍ ଦେଖାଇଥିଲା । ଶସ୍ତାରେ ମୋବାଇଲ୍ ଫୋନ୍ ଦେଖି ଉକ୍ତ ମୋବାଇଲ୍ ଫୋନର ଫଟୋକୁ ସେ ଲାଇକ୍ କରିଥିଲେ । ତା’ପରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ ଏକ କଲ୍ ଆସିଥିଲା । ସାଇବର୍ ଠକ ଜଣକ ଉକ୍ତ ମୋବାଇଲ୍ ଫୋନ୍ ବିଷୟରେ କହିବା ସହ କୋରିଅର୍ ମାଧ୍ୟମରେ ତାହା ପଠାଇ ଦିଆଯାଇଛି ବୋଲି କହିଥିଲା ।
ମଙ୍ଗଳବାର ଦିନ ୧୧ଟା ସମୟରେ ତାଙ୍କୁ ଆଉ ଏକ ଅଜଣା ନମ୍ବରରୁ କଲ୍ ଆସିଲା ଏବଂ ସାଇବର୍ ଠକ ନିଜକୁ କୋରିଅର୍ ସର୍ଭିସ କହୁଛି ବୋଲି କହିଥିଲା । ଉକ୍ତ ମୋବାଇଲ୍ ଫୋନର ଜିଏସ୍ଟି ଓ ବୀମା ପାଇଁ ଟଙ୍କା ପୈଠ କରିବାକୁ ସାଇବର୍ ଠକ ଜଣକ କହିଥିଲା ଏବଂ ଏକ କ୍ୟୁଆର୍ କୋର୍ଡ ପଠାଇଥିଲା । ଠକ କଥାରେ ବିଶ୍ୱାସ କରି ସେ କ୍ୟୁଆର୍ କୋର୍ଡ ସ୍କାନ୍ କରିଥିଲେ ଏବଂ ୪ ହଜାର ୯୯୮ ଟଙ୍କା ପଠାଇଥିଲେ । ଏହାପରେ ପୁଣିଥରେ ଭିନ୍ନ ଜିଏସ୍ଟି ଓ ବୀମା ପାଇଁ ଆଉ ଏକ କ୍ୟୁଆର୍ କୋଡ଼ ପଠାଇଥିଲା । ତାକୁ ସ୍କାନ କରି ସେ ୧ ହଜାର ୧୯୯ ଟଙ୍କା ପଠାଇଥିଲେ । ଉକ୍ତ ମୋବାଇଲ୍ ଫୋନ୍ ପାଇଁ ଏଭଳି ଭାବେ ଏକାଧିକ ଥର କ୍ୟୁଆର୍ କୋର୍ଡ ସ୍କାନ୍ କରି ଧବଳେଶ୍ୱର ମୋଟ ୨୬ ହଜାର ୪୯୨ ଟଙ୍କା ପଠାଇଥିଲେ । କି;ୁ ମୋବାଇଲ୍ ଫୋନଟି ଆଉ ଆସି ନଥିଲା । ତାପରେ ସେ ଉକ୍ତ ନମ୍ବରକୁ କଲ୍ କରିବାରୁ ତାହା ଲାଗି ନଥିଲା । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଶୁକ୍ରବାର ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।




