ନିଜ ଗାଦି ଛାଡିବେନି ଠାକରେ

ନୂଆଦିଲ୍ଲୀ: ଜୁନ ୨୫: ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବେନାହିଁ ବରଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ । ଥରେ ନିଆଁ ଲାଗିଲେ ଲିଭିବ ନାହିଁ । ଶିବସେନା ଶେଷ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ ୨୫: ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେବେନାହିଁ ବରଂ ସେନା ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିବ ବୋଲି ଆଜି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ସତର୍କ କରାଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଏବଂ ବିଦ୍ରୋହୀ ସେନା ବିଧାୟକଙ୍କ ଅଫିସ ଭଙ୍ଗାରୁଜା ହେଉଥିବା ରିପୋର୍ଟ ଆସିବା ପରେ ଗଣମାଧ୍ୟମକୁ ରାଉତ କହିଛନ୍ତି, ଏହା ହେଉଛି ଶିବ ସୈନିକମାନଙ୍କ କ୍ରୋଧ । ଥରେ ନିଆଁ ଲାଗିଲେ ଲିଭିବ ନାହିଁ । ଶିବସେନା ଶେଷ ପର୍ଯ୍ୟନ୍ତ ଲେଇ କରିବ । ସୂଚନାଯୋଗ୍ୟ, ଆଜି ଶିବସେନା କର୍ମୀମାନେ ଦଳର ବିଦ୍ରୋହୀ ବିଧାୟକ ତାନାଜୀ ସାୱନ୍ତଙ୍କ ପୁଣେସ୍ଥିତ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ସାୱନ୍ତ ଏବେ ଆସାମର ଗେହାଟୀସ୍ଥିତ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କ ସହିତ ଅବସ୍ଥାନ କରୁଛନ୍ତି । ମୁମ୍ବାଇକୁ ପ୍ରତ୍ୟାବର୍ତ୍ତନ କରି ଦଳକୁ ମୁକାବିଲା କର;ୁ ବୋଲି ରାଉତ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି । ସେ ଓ ତାଙ୍କ ସାଙ୍ଗରେ ଥିବା ବିଧାୟକମାନଙ୍କ ପାଇଁ ଥିବା ସୁରକ୍ଷା ବ୍ୟବସ୍ଥା ହଟାଇ ଦେଉଛନ୍ତି ବୋଲି ମହାରାଷ୍ଟ୍ର ସରକାରଙ୍କ ଉପରେ ଦୋଷାରୋପ କରି ସିନ୍ଦେ ପତ୍ର ଲେଖିବା ପରେ ମୁମ୍ବାଇରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।