ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ

ମହାରାଷ୍ଟ୍ର: ଜୁନ ୩୦: ମହାରାଷ୍ଟ୍ର ରାଜନୀତିର ନୂଆ ନାଟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍‌ ଲାଇଭରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । […]

Samaya Live Picture
Published On

ମହାରାଷ୍ଟ୍ର: ଜୁନ ୩୦: ମହାରାଷ୍ଟ୍ର ରାଜନୀତିର ନୂଆ ନାଟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍‌ ଲାଇଭରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । ଯେଉଁଥିରେ ସେ ନିଜ ଇସ୍ତଫା କଥା ଘୋଷଣା କରିଥିଲେ । ପରେ ନିଜ ବାସଭବନରୁ କଡ଼ା ସୁରକ୍ଷା ମଧ୍ୟରେ ରାଜଭବନ ଆସି ରାଜ୍ୟପାଳଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ସେପଟେ ସେଲିବ୍ରେସନ ମୁଡରେ ମହାରାଷ୍ଟ୍ର ବିଜେପି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସପକ୍ଷରେ ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଥିଲେ ପାର୍ଟିର କର୍ମକର୍ତ୍ତା । ଆସନ୍ତା ୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଶପଥ ନେବାର ସମ୍ଭାବନା ରହିଛି । ଉଦ୍ଧବଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେଙ୍କ ସହ ଫୋନରେ କଥା ହୋଇଥିଲେ ଫଡନାଭିସ । ମହାରାଷ୍ଟ୍ରରେ ୨୦୧୯ରେ ମହା ବିକାଶ ଅଘାଡି ସରକାର ଶାସନ କ୍ଷମତାକୁ ଆସିଥିଲା । ଶିବସେନା, ଏନ୍ସିପି ଏବଂ କଂଗ୍ରେସ ମିଳିତ ଭାବେ ସରକାର ଗଢିଥିଲେ । ୨୦୧୯ ମସିହା ୨୬ ନଭେମ୍ବରରେ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ସଭାପତି କରାଯାଇଥିଲା । ୨୦୧୯ ମସିହା ୨୮ ନଭେମ୍ବରରେ ସେ ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ଚଳିତ ବର୍ଷ ଏନଡିଏରୁ ଶିବସେନା ଓହରି ଯାଇଥିବା ନେଇ ଉଦ୍ଧବ ଠାକରେ ଘୋଷଣା କରିଥିଲେ ।