ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌

ମୁମ୍ବାଇ: ଜୁନ ୩୦: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କାଲି ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ବିଧାନ ପରିଷଦର […]

Samaya Live Picture
Published On

ମୁମ୍ବାଇ: ଜୁନ ୩୦: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କାଲି ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ବିଧାନ ପରିଷଦର ସଦସ୍ୟ ପଦ ଛାଡିଛନ୍ତି । ସେପଟେ ଆସନ୍ତାକାଲି ଅର୍ଥାତ ଗୁରୁବାର ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ବିଧାନସଭାରେ ହେବ ଆସ୍ଥା ଭୋଟ୍‌ । ରାଜ୍ୟପାଳଙ୍କ ଆସ୍ଥା ଭୋଟ୍‌ କରାଇବା ନିଷ୍ପତ୍ତି ବିରୋଧରେ ମହାବିକାଶ ଅଘାଡି ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ସମସ୍ତ ପକ୍ଷଙ୍କ ଦଲିଲ୍‌ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେଛ ଆଜି ରାତି ୯ଟାରେ ରାୟ ପ୍ରକାଶ କରି ଆସ୍ଥା ଭୋଟ୍‌ ଉପରେ ରୋକ୍‌ ଲଗାଇବାକୁ ମନା କରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶିବସେନା ମେଣ୍ଟ ଭାଙ୍ଗିଥିଲା । ଏନସିପି ଏବଂ କଂଗ୍ରେସ ସହିତ ମିଶି ଶିବସେନା ମହାବିକାଶ ଅଘାଡି ମେଣ୍ଟ କରି ସରକାର ଗଠନ କରିଥିଲେ । ସେହି ସମୟରେ ଫଡନାଭିସ ବିଧାନସଭାରେ କହିଥିଲେ ଯେ, ମୁଁ ପୁନର୍ବାର ଫେରିବି । ଆଉ ତାଙ୍କର ଏହି ଉକ୍ତି ସତ ହେବାକୁ ଯାଉଛି । ବିଜେପି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁଯାୟୀ, ଏକନାଥ ସିନ୍ଦେ ଉପ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । ତାଙ୍କ ଗୋଷ୍ଠୀରୁ ଆଠ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ । ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିନ୍ଦେ ଫଡନାଭିସଙ୍କ ସହ ଯୋଗାଯୋଗ କରିଛନ୍ତି । ସଂପ୍ରତି ବିଜେପିର ବିଧାୟକଙ୍କ ସଂଖ୍ୟା ହେଉଛି ୧୦୬ । ତାଙ୍କ ଗୋଷ୍ଠୀରେ ୪୦ରୁ ଅଧିକ ବିଧାୟକ ଥିବା ଦାବି କରିଛନ୍ତି ସିନ୍ଦେ ।