ଚିତ୍ରକଳା ପାଇଁ ଡା. ଦୀନବନ୍ଧୁ ସାହୁଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ ପୁରସ୍କାର
ଭବାନୀପାଟଣା : ନିକଟ ଅତୀତରେ କରୋନାର ଘଡିସନ୍ଧି ମୂହୁର୍ତ୍ତରେ ଗୌହାଟୀସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ଦ୍ୱାରା ଏକ ଆଭାସୀ ଆର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ କୃତି ପୁରସ୍କାର ଆବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଦେଶ ବିଦେଶରୁ ୪୭୩ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଭାରତ, ଶ୍ରୀଲଙ୍କା, ପର୍ତ୍ତୁଗାଲ, ସାଉଥ ଆଫ୍ରିକା, ଥାଇଲାଣ୍ଡ, କୁଏତ୍, ୟୁଏଇ, ମାଲେସିଆ, ଇଜିପ୍ଟ, ନେଦରଲାଣ୍ଡ, କୋରିଆ, ବାଂଲାଦେଶ, ନେପାଳ, ପ୍ୟାରିସ, ୟୁଏସ୍ଏ ଆଦି ବିଭିନ୍ନ […]
ଭବାନୀପାଟଣା : ନିକଟ ଅତୀତରେ କରୋନାର ଘଡିସନ୍ଧି ମୂହୁର୍ତ୍ତରେ ଗୌହାଟୀସ୍ଥିତ ଲଳିତ କଳା କେନ୍ଦ୍ର, ଆସାମ ଦ୍ୱାରା ଏକ ଆଭାସୀ ଆର୍ନ୍ତଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଏବଂ କୃତି ପୁରସ୍କାର ଆବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀରେ ଦେଶ ବିଦେଶରୁ ୪୭୩ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ । ଭାରତ, ଶ୍ରୀଲଙ୍କା, ପର୍ତ୍ତୁଗାଲ, ସାଉଥ ଆଫ୍ରିକା, ଥାଇଲାଣ୍ଡ, କୁଏତ୍, ୟୁଏଇ, ମାଲେସିଆ, ଇଜିପ୍ଟ, ନେଦରଲାଣ୍ଡ, କୋରିଆ, ବାଂଲାଦେଶ, ନେପାଳ, ପ୍ୟାରିସ, ୟୁଏସ୍ଏ ଆଦି ବିଭିନ୍ନ ରାଷ୍ଟ୍ରରୁ ବହୁ ବରିଷ୍ଠ ଶିଳ୍ପୀ ଅଂଶଗ୍ରହଣ କରିଥିବା ବେଳେ ପେଣ୍ଟିଂ, ଭାସ୍କର୍ଯ୍ୟ, ପ୍ରିଂଣ୍ଟ ମେକିଂ, ଫୋଟୋଗ୍ରାଫି ଆଦି କ୍ଷେତ୍ରରେ ମନୋନୀତ ଶିଳ୍ପୀଙ୍କୁ ରାଜା ରବି ବର୍ମା ଆନ୍ତର୍ଜାତିକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ପ୍ରତିଟି ବିଭାଗରେ ବେଷ୍ଟ ଆୱାର୍ଡ, ଏକ୍ସଲେନସ୍ ଆୱାର୍ଡ, ପ୍ଲାଟିନମ୍ ଆୱାର୍ଡ, ଡାଇମଣ୍ଡ ଆୱାର୍ଡ, ଗୋଲï ଆୱାର୍ଡ, ସିଲଭର ଆୱାର୍ଡ ଏବଂ ବ୍ରୋଞ୍ଜ ଅୱାର୍ଡ ପ୍ରଦାନ କରାଯିବା ପାଇଁ ଏକ ଅଭିଜ୍ଞ ବିଚାରକ ମଣ୍ଡଳୀ ନିୟୋଜିତ ହୋଇଥିଲେ । ପେଣ୍ଟିଂ କ୍ଷେତ୍ରରେ ‘ଶାଶ୍ୱତ ପ୍ରେମ’ ଶୀର୍ଷକ ଛବି ପାଇଁ ଏହି ପ୍ରଦର୍ଶନୀରେ ଭାଗନେଇଥିବା ଚିତ୍ରଶିଳ୍ପୀ ଡା. ଦୀନବଂଧୁ ସାହୁଙ୍କୁ ମାନପତ୍ର, ଉପଢୌକନ ଓ ସ୍ୱର୍ଣ୍ଣ ପଦକ ପୁରସ୍କାର ଆକାରରେ ପ୍ରଦାନ କରାଯାଇଅଛି ।
ଡା. ସାହୁ ସଂପ୍ରତି ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟରତ । ସାହିତ୍ୟ, ଅଭିନୟ, ପଶୁ ପକ୍ଷୀଙ୍କ ସ୍ୱରନୁକରଣ ରୁଚି ରଖୁଥିବା ଡା. ସାହୁଙ୍କର ଏ ଯାବତ୍ ନିଜସ୍ୱ ଉଦ୍ୟମରେ କୋଡିଏରୁ ଉର୍ଦ୍ଧ୍ୱ ଏକକ ଚିତ୍ରକଳା ପ୍ରଦର୍ଶନୀ ସଂଘଟିତ ହୋଇଥିବା ବେଳେ ଶତାଧିକ ଚିତ୍ର ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ଭୁବନେଶ୍ୱର ଆଦି ପ୍ରମୁଖ ସହରରେ ପ୍ରଦର୍ଶିତ । କବିତା କ୍ଷେତ୍ରରେ ଡା. ସାହୁଙ୍କର ପ୍ରକାଶିତ ପୁସ୍ତକ ମଧୁଗନ୍ଧା, ଖଦ୍ୟୋତିକା, ଅନାଭରଣ, ନୀଳନଈ, କଥା କାଦମ୍ବରୀ ମଧ୍ୟ ପାଠକ ମହଲରେ ବେଶ୍ ଆଦୃତ ଲାଭ କରିଛି । ପେଶାଗତ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଅଙ୍କିତ ଚିତ୍ରଟି ବିଚାରକ ମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରି ସ୍ୱର୍ଣ୍ଣ ପଦକରେ ପୁରସ୍କୃତ ହେବା ଇଶ୍ୱରଙ୍କ ଆଶିଷ ବୋଲି ଚିତ୍ରକର ଡା. ସାହୁ ପ୍ରକାଶ କରିଛନ୍ତି ।




