ଶାନ୍ତି ଶୃଙ୍ଖଳାର ସହ ଚାଲିଛି ପଦ୍ମପୁର ମତଦାନ
ଭୁବନେଶ୍ୱର : ଆଜି ହେଉଛି ପଦ୍ମପୁର ଉପନିର୍ବାଚନ I କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସକାଳ ୯ଟା ସୁଦ୍ଧା ୮.୫% ମତଦାନ ହୋଇଥିବା ବେଳେ ଏହା ଅପରାହ୍ନ ୪ ଯାଏଁ ଚାଲିବ I ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ଭୋଟର୍ । ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ନେଇ […]
ଭୁବନେଶ୍ୱର : ଆଜି ହେଉଛି ପଦ୍ମପୁର ଉପନିର୍ବାଚନ I କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ସକାଳ ୯ଟା ସୁଦ୍ଧା ୮.୫% ମତଦାନ ହୋଇଥିବା ବେଳେ ଏହା ଅପରାହ୍ନ ୪ ଯାଏଁ ଚାଲିବ I ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ଲକ୍ଷ ୫୭ହଜାର ୪୭୪ ଭୋଟର୍ । ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ନେଇ ସିଇଓ ସୂଚନା ଦେଇଛନ୍ତି ।
ମତଦାନ ଆରମ୍ଭରୁ ମାତ୍ର କିଛି ବୁଥରେ ସମାନ୍ୟ ଇଭିଏମ୍ ତ୍ରୁଟି ଦେଖାଦେଇଥିଲା । ପରେ ସମସ୍ତ ବୁଥରେ ସ୍ୱାଭାବିକ ଭାବେ ମତଦାନ ହେଉଛି । ଉପ ନିର୍ବାଚନ ପାଇଁ ମୋଟ ୩୧୯ ବୁଥ୍ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।
ସେଥିମଧ୍ୟରୁ ୩୦୬ଟିର ନାମ ପରିବର୍ତ୍ତନ କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ ବୁଥ ବ୍ୟବସ୍ଥା କରିଛି ପ୍ରଶାସନ। ତାହାସହ ମଡେଲ ବୁଥ ଗୁଡିକରେ ପାନୀୟ ଜଳ, ସ୍ବତନ୍ତ୍ର ଧାଡି, ରାମ୍ପ ବ୍ୟବସ୍ଥା ହୋଇଥିବା ବେଳେ ସହରାଞ୍ଚଳ ଗୁଡିକରେ ପିଙ୍କ ବୁଥ କରାଯାଇଛି। ୧୨୦ ବୁଥରେ ୱେବ କାଷ୍ଟିଂ କରାଯିବ । ୬୬ଟି ବୁଥରେ ଲାଗିଛି ସିସିଟିଭି I ମତଦାନରେ ନିୟୋଜିତ ହୋଇଛନ୍ତି ମୋଟ୍ ୧୨ଶହ ୭୬ ପୋଲିଂ ଅଧିକାରୀ ଓ କର୍ମଚାରୀ । ୧୨ଟି ପରିଚୟପତ୍ରରୁ ଯେକୌଣସି ଗୋଟିଏ ଆଣି ନିଜ ମତାଧିକାରୀ ସାବ୍ୟସ୍ତ କରିପାରିବେ ଭୋଟର । ଆଜି ଅପରାହ୍ଣ ସାଢ଼େ ୪ଟା ଭିତରେ ଏକଜିଟ୍ ପୋଲ୍ କରିବା ଉପରେ କଟକଣା ଲାଗିଛି I ଭୋଟ୍ ଦେବାକୁ ଉତ୍ସାହର ସହ ଭୋଟର ମାନେ ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ।
ତାଲିମପ୍ରାପ୍ତ ମହିଳା ପୁଲିଂ ଅଧିକାରୀ ପିଙ୍କ ବୁଥରେ ନିୟୋଜିତ ହୋଇଛନ୍ତି। ୭୯ ସମ୍ବେଦନଶୀଳ ବୁଥ ଉପରେ ନଜର ରଖାଯାଇଛି। ବୁଥଠାରୁ ୧୦୦ମିଟର ପରିଧି ମଧ୍ୟରେ କେହି ରହିପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି ।
ନିର୍ବାଚନ ମଣ୍ଡଳୀରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତଦାନ ସାବ୍ୟସ୍ତ କରିବେ I ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୯ ହଜାର ୪୯୭ ପୁରୁଷ ଭୋଟର ଥିବାବେଳେ ୧ଲକ୍ଷ ୨୭ ହଜାର ୯୬୫ମହିଳା ଏବଂ ୧୨କିନ୍ନର ଭୋଟର ରହିଛନ୍ତି। ଭିନ୍ନକ୍ଷମ ଭୋଟରଙ୍କ ପାଇଁ ୮୯ ଅଟୋରିକ୍ସା ଏବଂ ୯୭୭ ଗାଡିର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆଜି ପାଇଁ ପଦ୍ମପୁର ଅଞ୍ଚଳ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି ।
ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁର ଆସନରେ ହେଉଛି ତ୍ରିମୁଖୀ ଲଢ଼େଇ I ବିଜେଡିର ବର୍ଷା ସିଂ ବରିହା, ବିଜେପିର ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କ ମଧ୍ୟରେ କଡା ମୁକାବିଲା ହେଉଛି । ବିଶେଷ କରି ବିଜେଡି ଓ ବିଜେପି ଭିତରେ କଡ଼ା ପ୍ରତିଯୋଗିତା ହେଉଛି । ୮ ତାରିଖରେ ହେବ ଭୋଟ ଗଣତି I




