ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇପାରିବେ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହିପରି ଭାବେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଖୋଲିବ । ହେଲେ ପ୍ରଥମ ଶ୍ରେଣୀର ପିଲାମାନେ କରୋନା […]

Samaya Live Picture
Published On

ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇପାରିବେ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହିପରି ଭାବେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଖୋଲିବ । ହେଲେ ପ୍ରଥମ ଶ୍ରେଣୀର ପିଲାମାନେ କରୋନା ଗାଇଡଲାଇନ୍‌ ସଂପର୍କରେ ଜାଣିପାରିବେ ନାହିଁ । ଏଣୁ ସେମାନଙ୍କର ଶ୍ରେଣୀ ନୂଆବର୍ଷ ପରେ ଖୋଲିପାରେ ବୋଲି ଏନେଇ ମନ୍ତ୍ରୀ ସଙ୍କେତ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ନଭେମ୍ବର ମାସ ମଧ୍ୟରେ ୧୬ ହଜାର ଶିକ୍ଷକ ନିଯୁକ୍ତି କରାଯିବ । ଆଉ ଶିକ୍ଷକ ଅଭାବ ସମସ୍ୟା ରହିବ ନାହିଁ । ଅନ୍ୟପକ୍ଷରେ ଦରବୃଦ୍ଧି ପାଇଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଛି । ଏହା ଏକ ଜାତୀୟ ପଲିସି ହୋଇଥିବାରୁ ଓଡ଼ିଶା ସହ ବିଭିନ୍ନ ରାଜ୍ୟ କେନ୍ଦ୍ରକୁ ଅବଗତ କରାଇଛନ୍ତି । ଏହାର ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।