breaking news in odisha
ଓଡ଼ିଶା 

ଆସନ୍ତା ୯ରେ ଲଘୁଚାପ

ଆସନ୍ତା ୯ରେ ଲଘୁଚାପ ଭୁବନେଶ୍ୱର: ନଭେମ୍ବର ୦୫: ଆସନ୍ତା ୯ ତାରିଖ ସୁଦ୍ଧା ଏକ ଲଘୁଚାପର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛି । ଅକେଫାବର ୨୯ରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ଲଘୁଚାପ ସହ ସମାନ୍ତରାଳ ଭାବେ ଏକ ଘୂର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହୋଇଥିଲା । ଏହାର ପ୍ରଭାବରେ ରାଜ୍ୟରେ […]
Read More...
ଓଡ଼ିଶା 

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ

ଦୀପାବଳି ପରେ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ଭୁବନେଶ୍ୱର: ନଭେମ୍ବର ୦୩ : ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି । କୌଣସି ବାଧା ଉପୁଜି ନାହିଁ । ସେହିପରି ମଧ୍ୟ ଷଷ୍ଠ ଓ ସପ୍ତମ ଶ୍ରେଶୀ ଖୋଲିବାକୁ ଯାଉଛି । ତେବେ ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯାଇପାରିବେ ବୋଲି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହିପରି ଭାବେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟର ସମସ୍ତ ଶ୍ରେଣୀ ଖୋଲିବ । ହେଲେ ପ୍ରଥମ ଶ୍ରେଣୀର ପିଲାମାନେ କରୋନା […]
Read More...
ଓଡ଼ିଶା 

ନଭେମ୍ବର ୧ରେ ବିଜେଡି କରିବ ରାଜ୍ୟବ୍ୟାପି ପ୍ରତିବାଦ

ନଭେମ୍ବର ୧ରେ ବିଜେଡି କରିବ ରାଜ୍ୟବ୍ୟାପି ପ୍ରତିବାଦ ଭୁବନେଶ୍ୱର: ଅକ୍‌ଟୋବର ୩୦: କରୋନା କାଳରେ ରାଜ୍ୟର ଲୋକଙ୍କ ପାଖରେ କାମ ନାହିଁ । ଏହିପରି ପରିସ୍ଥିତିରେ ପୁଣି ମହଙ୍ଗା ମାଡ଼ । ତେଲଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ସବୁର ଦରଦାମ ବୃଦ୍ଧି ପାଉଛି । ଏହି ସବୁ ପ୍ରତିବାଦରେ ବିଜେଡି ରାଜ୍ୟବ୍ୟାପି ପ୍ରତିବାଦ କରିବ । ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକ ଯେଉଁଭଳି ଛଟପଟ ହେଉଛନ୍ତି ତାହାକୁ ଦୃଷ୍ଟିରେ ରଖି ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ଏନେଇ ସୂଚନା ଦେଇଛନ୍ତି ଦଳର ମୁଖ୍ୟ […]
Read More...
ଓଡ଼ିଶା 

ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଦେଶରେ କରୋନା ବଢ଼ୁଛି, ଏବେଠୁ ସତର୍କ ରହିବା ଭଲ, ନୂଆ ଭାରିଆଣ୍ଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର: ଅକ୍‌ଟୋବର ୨୭ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଏବେଠାରୁ ଦୃଷ୍ଟିରେ ରଖି ରାଜ୍ୟବାସୀ ସତର୍କ ରହିବା ଜରୁରୀ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି । ଏହାସହିତ ସେ ରାଜ୍ୟର କରୋନା କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି । ସେହିପରି ବିଦେଶରୁ ଫେରିବା ପରେ ସଙ୍ଗରୋଧ ନିୟମ ଏବେ ବି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି […]
Read More...
ଓଡ଼ିଶା 

ନବୀନ ନିବାସ ଘେରାଉ କଲେ ଛାତ୍ର କଂଗ୍ରେସ : ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ନବୀନ ନିବାସ ଘେରାଉ କଲେ ଛାତ୍ର କଂଗ୍ରେସ : ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଭୁବନେଶ୍ୱର: ଅକ୍‌ଟୋବର ୨୬: ମମିତା ମେହେରଙ୍କୁ ଉଚିତ୍‌ ନ୍ୟାୟ ସହିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଆଜି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଛି । ଏହି ଘେରାଉରେ ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଏବଂ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି । ଏତେ ସଂଖ୍ୟକ କଂଗ୍ରେସ ଛାତ୍ରଙ୍କ ଘେରାଉକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ନବୀନ ନିବାସକୁ ଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି […]
Read More...
ଜିଲ୍ଲା  ଓଡ଼ିଶା 

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା

ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା: ଅଭିଯୁକ୍ତଙ୍କ ସମ୍ପର୍କରେ ରହିଥିଲେ ରହସ୍ୟମୟୀ ମହିଳା ବାଲେଶ୍ୱର: ସେପ୍‌ଟେମ୍ବର ୨୨ : ଡିଆରଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲା । ହନିଟ୍ରାପ ନେଇ ଅଭିଯୁକ୍ତଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୫ଅଭିଯୁକ୍ତଙ୍କ ସହ ୨୦୨୦ରୁ ଫେସବୁକ୍‌ ମାଧ୍ୟମରେ ସଂପର୍କରେ ଥିଲେ । ୫ଜଣଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇଥିଲେ ରହସ୍ୟମୟୀ ମହିଳା । କେତେବେଳେ ଇଂଲଣ୍ଡରେ କାମ କରୁଥିବା ଓ ମିସାଇଲ୍‌ ଉପରେ ଆଗ୍ରହ ଥିବା କହିଥିଲେ । ଆଉ କିଛି ଅଭିଯୁକ୍ତଙ୍କୁ ରାଜସ୍ଥାନରେ ପ୍ରେସ ଟ୍ରଷ୍ଟ ବ୍ୟୁରୋରେ କାମ କରୁଥିବା କହିଛନ୍ତି […]
Read More...
ଓଡ଼ିଶା 

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ ଭୁବନେଶ୍ୱର: ସେପ୍‌ଟେମ୍ବର ୨୧: ଉତ୍ତରପ୍ରଦେଶରୁ ଚାନ୍ଦିପୁର ଆଇଟିଆର୍‌କୁ ଆସୁଛି ପାକିସ୍ତାନ ଟଙ୍କା । ଆଜି ଏମିତି ଏକ ଚାଞ୍ଚଲ୍ୟକର ଖବର ଖୁଲାସା କରିଛି, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସୁଥିଲା । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍‌ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଏହି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ପରେ […]
Read More...
ଜିଲ୍ଲା  ଓଡ଼ିଶା  କୃଷି 

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ । କି;ୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ । ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ । ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) […]
Read More...
ଓଡ଼ିଶା 

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ

ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଶ୍ରୀମନ୍ଦିର ବନ୍ଦ ଭୁବନେଶ୍ୱର: ସେପ୍‌ଟେମ୍ବର ୧୭: ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଆଜି ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଭିଡ଼ ହେବା ଆଶଙ୍କାରେ ନୂଆ ଏସ୍‌ଓପି ନିୟମ ଅନୁସାରେ ଶ୍ରୀମନ୍ଦିର ବନ୍ଦ କରାଯାଇଛି । ବିଶ୍ୱକର୍ମା ପୂଜା ସହ ଆଜି ବାମନ ଜନ୍ମ, ପାଶ୍ୱର୍ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି । ଏହାସିହତ ଆଜି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥଙ୍କର ପାଶ୍ୱର୍ ପରିବର୍ତ୍ତନ ନୀତି ସହ […]
Read More...
ଓଡ଼ିଶା 

ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୬୯ ଲକ୍ଷ -ଦାନ ହୁଣ୍ଡିରୁ ମିଳିଲା ବିଦେଶୀ ମୁଦ୍ରା

ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୬୯ ଲକ୍ଷ -ଦାନ ହୁଣ୍ଡିରୁ ମିଳିଲା ବିଦେଶୀ ମୁଦ୍ରା ରାୟଗଡା: ସେପ୍‌ଟେମ୍ବର ୧୬ : ରାୟଗଡ଼ର ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନ ହୁଣ୍ଡି କଡା ସୁରକ୍ଷା ଏବଂ କୋଭିଡ ଗାଇଡ଼ ଲାଇନ୍‌ ମଧ୍ୟରେ ଖୋଲାଯାଇଥିଲା । ସକାଳୁ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟି, ପୋଲିସ, ମାଜିଷ୍ଟେଟ ଓ ଏଣ୍ଡମେଣ୍ଟ ଅଧିକାରୀଙ୍କ ଉପସ୍ଥିତିରେ ଦୀର୍ଘ ୧୧ ମାସ ବ୍ୟବଧାନରେ ହୁଣ୍ଡି ଖୋଲା ଯାଇଥିଲା । ବୁଧବାର ଗଣତି ପରେ ୬୯ ଲକ୍ଷ ୯୦ ହଜାର ୨୮୪ ଟଙ୍କା ସମେତ ୫୨୦୧ […]
Read More...
ଜିଲ୍ଲା 

ରେଢାଖୋଲ ବନଖଣ୍ଡଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍‌ପାତ

ରେଢାଖୋଲ ବନଖଣ୍ଡଟାଲ ଜଙ୍ଗଲରେ ଅନୁପ୍ରବେଶକାରୀଙ୍କ ଉତ୍‌ପାତ ରେଢାଖୋଲ ସେପ୍‌ଟେମ୍ବର ୮ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ବାହାର ରାଜ୍ୟର ଅନୁପ୍ରବେଶ କାରୀଙ୍କ ଆଡïା ଜମିବାରେ ଲାଗିଛି । ଘଞ୍ଚ ଅରଣ୍ୟ ଭିତରକୁ ଅନାୟାସରେ ପ୍ରବେଶ କରି ସେମାନେ ଜଙ୍ଗଲକୁ କାଟି ବସତି ସ୍ଥାପନ କରୁଛନ୍ତିି । ଏ ସମ୍ପର୍କରେ ବନ ବିଭାଗ ମଧ୍ୟ ଜାଣି ପାରୁ ନ ଥିବା ଅଭିଯୋଗ ହେଉଛି । ଏବେ ଏହି ଅନୁପ୍ରବେଶ କାରୀଙ୍କ ପାଇଁ ରେଢାଖୋଲ ବନଖଣ୍ଡର ଗାଁ ଗୁଡିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ […]
Read More...
ଜିଲ୍ଲା 

ପାଟଣାଗଡ଼ରେ ପ୍ରତିବାଦର ସ୍ୱର

ପାଟଣାଗଡ଼ରେ ପ୍ରତିବାଦର ସ୍ୱର ବଲାଙ୍ଗିର: ସେପ୍‌ଟେମ୍ବର ୮: ବଲାଙ୍ଗିର ଜିଲା ପାଟଣାଗଡ ସହରର ତିନିଜଣ ଯୁବକ ନିଜକୁ ସାମ୍ବାଦିକ ପରିଚୟ ଦେଇ ବିଭିନ୍ନ ସମୟରେ ସରକାରୀ ଚାକିରିଆ ଏବଂ ବ୍ୟବସାୟୀଙ୍କୁ ବ୍ଲାକ ମେଲିଙ୍ଗ କରି ଆସୁଥିବା ନେଇ ଅଭିଯୋଗ ହୋଇ ଆସୁଛି । ଏପରିକି ବିଭିନ୍ନ ଥାନାରେ ମଧ୍ୟ ଏହି ଯୁବକମାନଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ସ୍ଥାନୀୟ ପୁଲିସକୁ ସାମ୍ବାଦିକର ଭୟ ଦେଖାଇ ଖସି ଯାଉଛନ୍ତି । କି;ୁ ଗତ ମାସ ୨ତାରିଖ ଖପ୍ରାଖୋଲ ରେଜଂର ଓ ଫରେଷ୍ଟରଙ୍କୁ […]
Read More...

Advertisement