ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର

ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ । କି;ୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ । ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ । ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) […]

Samaya Live Picture
Published On

ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ । କି;ୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ । ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ । ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ମିଳୁନଥିବାରୁ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ତଥ୍ୟ ଅନୁସାରେ, ରାଜ୍ୟର ପାହାଡ଼ିଆ ଏବଂ ଢିପ ଜମି ଥିବା ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଭବାନୀପାଟନା, ନୂଆପଡ଼ା, ଗଜପତି, ଫୁଲବାଣୀ, ବୌଦ୍ଧ ଆଦି ୧୬ଟି ଜିଲ୍ଲାରେ ସର୍ବାଧିକ ମକା ଉତ୍ପାଦନ ହୁଏ । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ଏହି ଚାଷ ହେବା ଆରମ୍ଭ ହୋଇଛି । ତଥ୍ୟ ଅନୁସାରେ ୨୦୧୭ ମସିହାରେ ୨.୪୭ ଲକ୍ଷ ହେକଫର ଜମିରେ ୭.୨୯ ଟନ୍‌ ମକା ଉତ୍ପାଦିତ ହୋଇଥିବାବେଳେ ୨୦୧୮ ମସିହାରେ ୨.୫୧ ଲକ୍ଷ ହେକଫର ଜମିରେ ୭.୫୨ ଲକ୍ଷ ଟନ୍‌, ୨୦୧୯ ମସିହାରେ ୨.୫୪ ଲକ୍ଷ ହେକଫର ଜମିରେ ୭.୬୩ ଲକ୍ଷ ମେଟ୍ରିକ ଟନ୍‌ ମକା ଉତ୍ପାଦନ ହୋଇଛି । ସମୁଦାୟ ଉତ୍ପାଦନର ୯୦ରୁ ୯୫ ପ୍ରତିଶତ ବର୍ଷା ଋତୁ ଏବଂ ୫ରୁ୬ ପ୍ରତିଶତ ରବି ଋତୁରେ ହେଉଛି ।

ଗବେଷକଙ୍କ ମତ ଅନୁସାରେ, ମକା ବିହନ ପାଇଁ ଚାଷୀ କମ୍ପାନି ବିହନ ଉପରେ ର୍ନିଭର କରନ୍ତି । ୨୦୧୯ ମସିହାରେ ଓୟୁଏଟି ପ୍ରଥମ କରି କଳିଙ୍ଗରାଜ ବିହନ ଚାଷୀକୁ ଦେଇଥିଲା । ଏହି ବିହନକୁ ରାଜ୍ୟ ସରକାର ବିହନ କମିଟି ଅନୁମୋଦିତ କରିବା ସହିତ ୨୦୨୦ ମସିହାରେ କେନ୍ଦ୍ର ସରକାର ଏହାକୁ ଗେଜେଟ୍‌ ନୋଟିଫିକେସନ କରିଛନ୍ତି । ଗବେଷଣା ବେଳେ କଳିଙ୍ଗରାଜ ହେକଫର ପିଛା ପ୍ରାୟ ୭୯ କ୍ୱିଣ୍ଟାଲ ମକା ଦେଉଥିବା ଦେଖାଯାଇଛି । ପଟାଙ୍ଗି ଏବଂ ହରିୟାଣାରେ ଏହାର ପରୀକ୍ଷଣ ହୋଇଛି । ଏହି ବିହନ ମରୁଡ଼ିକୁ ସହ୍ୟ କରିପାରୁଥିବାରୁୁ ଚାଷୀ ଲାଭାନ୍ୱିତ ହେଉଥିବା ଓୟୁଏଟି ପକ୍ଷରୁ କୁହାଯାଇଛି । ଖୁବ୍‌ଶୀଘ୍ର ଆଉ ୩ଟି କିସମର ବିହନ ପାଇଁ ପରୀକ୍ଷା କରାଯାଉଛି । ଏଥିରୁ ଗୋଟିଏ କିସମର ଅନୁମୋଦନ ପାଇଁ ସେପେଫମ୍ବର ମାସରେ ଆବେଦନ କରାଯିବ ।
କେନ୍ଦ୍ର ସରକାରଙ୍କ ଅନୁମୋଦନ ଅନୁସାରେ, ୨୦୨୧-୨୨ ମସିହାରେ କ୍ୱିଣ୍ଟାଲ ପିଛା ମକା ଚାଷରେ ୧୨୪୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)୧୮୭୦ ଟଙ୍କା ଧାର୍ଯ୍ୟ ହୋଇଛି । ମାତ୍ର କରୋନା ଏବଂ ଲକଡ଼ାଉନ୍‌ ସମୟରେ ଏମ୍‌ଏସପିର ଅଧା ମୂଲ୍ୟରେ ମକା ବିକ୍ରି ପାଇଁ ବାଧ୍ୟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାଛଡ଼ା ୨ ବର୍ଷ ହେଲା ଫଲ୍‌ ଆର୍ମି ୱାଲ୍‌ ନାମକ ଏକ ପୋକ ମକାକୁ ନଷ୍ଟ କରିବା ଯୋଗୁଁ ଚାଷୀ କ୍ଷତି ସହୁଛନ୍ତି । ତେବେ ବର୍ତ୍ତମାନ ଏହା ନିୟନ୍ତ୍ରିତ ହେଉଥିବା ଓୟୁଏଟି କହିଛି । ନୂଆପଡ଼ାର ଜଣେ ମକା ଚାଷୀଙ୍କ କହିବା ଅନୁସାରେ, ଅକେଫାବର ମାସରେ ଯେତେ ମକା ହୋଇଥିଲା, ଗାଁରେ ଶୀତଳଭଣ୍ଡାର ଥିଲେ ସଂରକ୍ଷିତ କରି ରଖିଥାଆନ୍ତେ । ମାତ୍ର ଏଠାରେ ସେହିଭଳି ବ୍ୟବସ୍ଥା ନାହିଁ । ତେଣୁ ଉତ୍ପାଦନ ସରିବା ପରେ ଯେଉଁ ମୂଲ୍ୟ ମିଳିଲା ସେମାନେ ସେତିକିରେ ବିକ୍ରି କରିଦେଲେ । ଧାନ ଭଳି ଅନ୍ୟ ଚାଷରେ ବି ଉପଯୁକ୍ତ ମଣ୍ଡି ବ୍ୟବସ୍ଥାର ଅଭାବ ଅଭାବୀ ବିକ୍ରିର ଅନ୍ୟତମ କାରଣ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମକାକୁ କଞ୍ଚାମାଲ ଭାବରେ ବ୍ୟବହାର କରି ଉତ୍ପାଦନ ପାଇଁ ଆବଶ୍ୟକ କାରଖାନା ରାଜ୍ୟରେ ନାହିଁ । ଏଥିଯୋଗୁଁ ଉତ୍ପାଦନ ହେଉ ହେଉ ମକାକୁ ଆନ୍ଧ୍ରପ୍ରଦେଶ, ଗୁଜରାଟକୁ ପଠାଇ ଦିଆଯାଏ । ସେଠାରେ ପ୍ରୋସେସ୍‌ ହେବା ସହିତ ବିଭିନ୍ନ ଶିଳ୍ପରେ ବ୍ୟବହାର ଆସିପାରେ । ତେଣୁ ଓଡ଼ିଶାର ମକା ଚାଷୀଙ୍କୁ ବଜାର ସହିତ ଲିଙ୍କ୍‌ କରାଗଲେ ସେମାନଙ୍କୁ ଏମ୍‌ଏସପି ବା ଉପଯୁକ୍ତ ମୂଲ୍ୟ ମିଳିବ ।