odisha agriculture news
ଓଡ଼ିଶା  କୃଷି 

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୦୪ କର୍ମଚାରୀଙ୍କ ନିଯୁକ୍ତି

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗରେ ୮୦୪ କର୍ମଚାରୀଙ୍କ ନିଯୁକ୍ତି ଭୁବନେଶ୍ୱର: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ଓ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫେରିନ୍‌ସି ମାଧ୍ୟମରେ ଏକସଙ୍ଗେ ଭୁବନେଶ୍ୱରର ଲୋକସେବା ଭବନ ସମ୍ମିଳନୀ କକ୍ଷ ଏବଂ ଜୟଦେବ ଭବନଠାରେ ଆୟୋଜିତ ହୋଇଥିଲା । ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଭିଡିଓ କନଫରେନସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ […]
Read More...
ଜିଲ୍ଲା 

ବୌଦ୍ଧ : ୫୯୬୦ ହେକଫର ଜମିରେ ହେବ ଖରିଫ ଧାନ ଚାଷ

ବୌଦ୍ଧ : ୫୯୬୦ ହେକଫର ଜମିରେ ହେବ ଖରିଫ ଧାନ ଚାଷ ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଚାଷ ହେଉଛି ଜିଲ୍ଲାବାସୀଙ୍କ ମୂଖ୍ୟପେସା । ଶିଳ୍ପ ବିହିନ ବୌଦ୍ଧଜିଲ୍ଲାରେ ଚାଷୀ ଧାନ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ କରି ଦି ପଇସା ରୋଜଗାର କରି ପରିବାର ଚଳାଇଥାନ୍ତି । ଜିଲ୍ଲାର ଚାଷୀମାନେ ଚାଷ ପାଇଁ ସାଧାରଣତଃ ମୈାସୁମୀ ବର୍ଷା ଉପରେ […]
Read More...
ଓଡ଼ିଶା 

ଅକ୍ଷୟ ତୃତୀୟା ଭୋଟି ଦେଲେ ନବୀନ: କାଳିଆ ହିତାଧିକାରୀଙ୍କୁ ମିଳିବ ଅର୍ଥ

ଅକ୍ଷୟ ତୃତୀୟା ଭୋଟି ଦେଲେ ନବୀନ: କାଳିଆ ହିତାଧିକାରୀଙ୍କୁ ମିଳିବ ଅର୍ଥ ଭୁବନେଶ୍ୱର: ମେ ୦୨: ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି । ପ୍ରତ୍ୟେକ କାଳିଆ ହିତାଧିକାରୀ ଖାତାକୁ ସିଧାସଳଖ ଦୁଇ ହଜାର ଟଙ୍କା ଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଳିଆ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି । ଏଥିରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଗବାନ ହେବେ । ସୂଚନା ଥାଉଯେ, କୃଷକଙ୍କ ଜୀବିକା ଓ ଆୟ […]
Read More...
ଜିଲ୍ଲା 

ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା

ବରଗଡ଼ ଜିଲ୍ଲାରେ ମେ’ ୬ରୁ ରବି ଧାନ କିଣା ବରଗଡ଼ : ଗତଥର କରୋନା କଟକଣା ଭିତରେ ରବି ଧାନ କିଣା ହୋଇଥିଲା । ଚାଷୀଙ୍କୁ ଧାନକଟା ମେସିନ୍‌ ଏବଂ କୃଷି ଶ୍ରମିକ ଯୋଗାଡ଼ କରିବା ମୁସ୍କିଲ ହୋଇପଡ଼ିଥିଲା । ମନ୍ଥର ଉଠାଣ ପ୍ରକ୍ରିୟା ଯୋଗୁଁ ମଣ୍ଡିଗୁଡ଼ିକରେ ଲକ୍ଷାଧିକ ବସ୍ତା ଧାନ ପଡ଼ି ରହିଛି । କରୋନାକୁ ଆଳ ଦେଖାଇ ପ୍ରଶାସନ ନିଜ ମୁଣ୍ଡରୁ ଦୋଷ ଝାଡ଼ି ଦେଲା । ଏବେ ଚାଷବାସ ସ୍ୱାଭାବିକ ସ୍ଥିତିକୁ ପହଞ୍ଚିଛି । ଏହାକୁ ନଜରରେ ରଖି ଆସନ୍ତା ମାସ ୬ […]
Read More...
ଜିଲ୍ଲା  ଓଡ଼ିଶା  କୃଷି 

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର

ବଢ଼ିଛି ମକା ଉତ୍ପାଦନ: ରାଜ୍ୟର ଚାଷୀଙ୍କୁ ମିଳୁନି ବଜାର ନବରଙ୍ଗପୁର: ସେପ୍‌ଟେମ୍ବର ୧୮: ଓଡ଼ିଶାରେ ମକା ଉତ୍ପାଦନ ବଢ଼ିଛି, କି;ୁ ବିକ୍ରି ପାଇଁ ମିଳୁନି ବଜାର । ରାଜ୍ୟରେ ହେକଫର ପିଛା ପ୍ରାୟ ୨୯ରୁ ୩୦ କ୍ୱିଣ୍ଟାଲ ମକା ଉତ୍ପାଦନ ହେଉଛି । ଯାହାକି ଜାତୀୟ ସ୍ତରର ହାରାହାରି ଉତ୍ପାଦନ ସହିତ ସମାନ । କି;ୁ ମକା ଚାଷ ହେଉଥିବା ଅଞ୍ଚଳରେ ଶୀତଳଭଣ୍ଡାର ନାହିଁ କି ପ୍ରାଥମିକ ପ୍ରସେସିଂ ୟୁନିଟ୍‌ ନାହିଁ । ମଣ୍ଡି ବ୍ୟବସ୍ଥା ମଧ୍ୟ ଦୁର୍ବଳ । ତେଣୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) […]
Read More...
ଜିଲ୍ଲା 

କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ

କେବିକେ ଅଞ୍ଚଳରେ କୃଷି ବିଶ୍ୱବିଦ୍ୟାଳୟ ସରକାରଙ୍କ ଧୂଆଁବାଣ ବଲାଙ୍ଗିର,ସେପ୍‌ଟେମ୍ବର ୯ : କେବିକେ ଅଞ୍ଚଳରେ ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ଗତ ୨୦୧୪ରେ ରାଜ୍ୟସରକାର ଘୋଷଣା କରଥିଲେ । ସେହି ଦିନରୁ କେବିକେ ଅଞ୍ଚର ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଏହାକୁ ସ୍ଥାପନ କରିବାକୁ ବିଭିନ୍ନ ସମୟରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନ ହୋଇଛି । ରାଜ୍ୟର ତତକାଳିନ କୃଷିମନ୍ତ୍ରୀ ମଧ୍ୟ ବଲାଙ୍ଗିର ଗସ୍ତ ସମୟରେ ସରକାର ଏହାକୁ ବିଚାର କରୁଛନ୍ତି ବୋଲି ଗଣମାଧ୍ୟମକୁ କହିଥିଲେ । ଜିଲ୍ଲାର ବିଧାୟକଗଣ,ସାଂସଦ ଏନେଇ ସରକାରଙ୍କ ପାଖରେ ଦାବି […]
Read More...

Advertisement