ବିଧ।ନସଭ। ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ
ଭୁବନେଶ୍ୱର: ଡିସେମ୍ବର ୦୧: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୨୬ ଦିନିଆ କାର୍ଯ୍ୟ ଦିବସରେ ୨୦୨୧-୨୨ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ତେବେ ଚଳିତ ଥର ମଧ୍ୟ ସମ୍ପୂର୍ଣ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଚାଲିବ। ସକାଳ ୧୦.୩୦ ରୁ ୦୧.୩୦ ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ। ପ୍ରଥମ ଦିନରେ ସକାଳ […]
ଭୁବନେଶ୍ୱର: ଡିସେମ୍ବର ୦୧: ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ୨୬ ଦିନିଆ କାର୍ଯ୍ୟ ଦିବସରେ ୨୦୨୧-୨୨ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ତେବେ ଚଳିତ ଥର ମଧ୍ୟ ସମ୍ପୂର୍ଣ କୋଭିଡ କଟକଣା ଭିତରେ ଗୃହ କାର୍ଯ୍ୟ ଚାଲିବ। ସକାଳ ୧୦.୩୦ ରୁ ୦୧.୩୦ ଓ ଅପରାହ୍ନ ୪ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ। ପ୍ରଥମ ଦିନରେ ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ ।
ପ୍ରାରମ୍ଭିକ ଦିନରେ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ। ତାଙ୍କ ସ୍ମୃତିରେ ଅପରାହ୍ନ ୫ ଟା ପରାଯ୍ୟନ୍ତ ଗୃହ ମୁଲତବି କରାଯିବାର ସୂଚନା ରହିଛି। ସେହିଦିନ ଅତିରିକ୍ତ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆସନ୍ତା ୧୦ ତାରିଖରେ ବ୍ୟୟ ମଞ୍ଜୁର ବିଲ୍ ଉପରେ ଆଲୋଚନା କରାଯିବ । କୋଭିଡ କଟକଣାରେ ପୂର୍ବ ଅଧିବେଶନ ଭଳି ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା ରହିବ। ପ୍ରତିଦିନ ବିଧାନସଭାକୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବିଶୋଧନ କରାଯିବ ।
ଗଣମଧ୍ୟମ ପ୍ରତିନିଧି ମାନେ ବିଧାନସଭା ସମ୍ମିଳନୀକକ୍ଷରେ ରହିବେ। ଭର୍ଚୁଆଲ ମୋଡରେ ବିଧାନସଭା ଗୃହ କାର୍ଯ୍ୟରେ ଯୋଡି ହେବା ପାଇଁ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା, ବିଧାୟକଙ୍କ ସମ୍ମିଳନୀ କକ୍ଷ, ଜିଲ୍ଲାପାଳଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଯୋଗ ଦେଇପାରିବେ।




