ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି
କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ […]
କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ ବ୍ୟବସ୍ଥା କରାଯିବ। ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସିଙ୍କ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।




