ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିିବ: ସମୁଦ୍ର ଉପକୂଳକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମେ ୧୦: ବାତ୍ୟା ‘ଅସାନି’ର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ରହିଛି ବୋଲି ପାଣିିପାଗ ବିଭାଗ ସୂଚନା ଦେଇଛି । ସୂଚନାରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ବାତ୍ୟା ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ । ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି […]

Samaya Live Picture
Published On

ଭୁବନେଶ୍ୱର : ମେ ୧୦: ବାତ୍ୟା ‘ଅସାନି’ର ପ୍ରଭାବରେ ଆଜିଠାରୁ ଆରମ୍ଭ ହୋଇ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ହେବାର ସମ୍ଭାବନା ରହିଛି ବୋଲି ପାଣିିପାଗ ବିଭାଗ ସୂଚନା ଦେଇଛି । ସୂଚନାରେ ଆହୁରୀ ମଧ୍ୟ କୁହାଯାଇଛି ଯେ, ବାତ୍ୟା ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ।

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିିବ: ସମୁଦ୍ର ଉପକୂଳକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଏଣୁ ଏହାକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗାପାଳପୁର ବନ୍ଦର ପାଇଁ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ପୁରୀ, ଚାନ୍ଦବାଲି, ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିିବ: ସମୁଦ୍ର ଉପକୂଳକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ- ୧୦ ତାରିଖ ରାତି ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ । ପରବର୍ତ୍ତୀ ସମୟରେ ଏହା ଉତ୍ତର- ଉତ୍ତରପୂର୍ବ ଦିଗରେ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ତାରିଖ ୧୧.୩୦ ଦିନ ସୁଦ୍ଧା ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବାତ୍ୟା ।
ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିିବ: ସମୁଦ୍ର ଉପକୂଳକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସେହିପରି ପୁରୀଠାରୁ ପାଖାପାଖି ୧୫୩ କିମି ଓ ପାରାଦୀପ ଠାରୁ ଏହାଠାରୁ ଅଧିକ କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଏହାର ପ୍ରଭାବରେ ପାଗ ମେଘୁଆ ରହିବ ।

ଅନ୍ୟପକ୍ଷରେ, ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ବର୍ଷା ହେବାର ସମ୍ଭାବନା ରହିବା ସହିତ ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ବର୍ଷା ହେବ ।

ଆଜିଠୁ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷିିବ: ସମୁଦ୍ର ଉପକୂଳକୁ ନ ଯିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ତେବେ ୧୨ ତାରିଖରେ ପାରାଦୀପ ନିକଟରେ ଦୁର୍ବଳ ହୋଇ ବାତ୍ୟା ରୂପରେ ଅତିକ୍ରମ କରିବ ।