ମାଲବାହୀ ରେଳ ଦୁର୍ଘଟଣା ,ଷ୍ଟେସନ ଉପରେ ମାଡିଯାଇ ୩ ମୃତ
ଯାଜପୁର ୨୧-୧୧: ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟି ଯାଇଛି ଦୁଖଦଃ ଟ୍ରେନ୍ ଦୁର୍ଘଟଣା I ଏକ ମାଲବାହୀ ରେଳ ଲାଇନ୍ଚ୍ୟୁତ ହୋଇ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୬ଟା ୪୪ ମିନିଟରେ ଏହି ଦୁର୍ଘଟଣା ଘଟିଛି । କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି । ୮ଟି ବଗି ଲାଇନଚ୍ୟୁତ ହୋଇଛି […]
ଯାଜପୁର ୨୧-୧୧: ଆଜି ସକାଳେ ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଘଟି ଯାଇଛି ଦୁଖଦଃ ଟ୍ରେନ୍ ଦୁର୍ଘଟଣା I ଏକ ମାଲବାହୀ ରେଳ ଲାଇନ୍ଚ୍ୟୁତ ହୋଇ ପ୍ଲାଟଫର୍ମର ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୬ଟା ୪୪ ମିନିଟରେ ଏହି ଦୁର୍ଘଟଣା ଘଟିଛି । କୋରେଇ ରେଳ ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ୫୮ ଓ୍ଵାଗନ ବିଶିଷ୍ଟ ମାଲଗାଡ଼ି । ୮ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନର ୧୨ଟି ବଗି ଟ୍ରାକରୁ ବାହାରି ଯିବା ସହିତ କିଛି ବଗି ଷ୍ଟେସନ ଭିତରେ ପଶି ଯାଇଛି।
ସୂଚନାନୁସାରେ, ଆଜି ସକାଳେ ଭଦ୍ରକ ପଟୁ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନ ଅଭିମୁଖେ ଆସୁଥିଲା ମାଲବାହୀ ଟ୍ରେନ । ଏହି ସମୟରେ ଟ୍ରେନ୍ଟି ଷ୍ଟେଶନ ଭିତରକୁ ପ୍ରବେଶ କରିବା ପରେ ତାହା ହଠାତ୍ ନିୟନ୍ତ୍ରଣ ହରାଇ ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ି ଯାଇଥିଲା। ଏହାସହିତ ଟ୍ରେନ୍ର ଇଞ୍ଜିନ୍ ପଟୁ ପ୍ରାୟ ସାତଟି ବଗି ଖସିପଡିଥିଲା l ଫଳରେ ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାରରେ ଆଶ୍ରୟ ନେଇଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣ ଟ୍ରେନ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍କୁ ନିଆଯାଇଛି।
ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍ରେ ଥିବା ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ ଓ ପୁଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି। ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ମୃତକଙ୍କ ପରିବାର ପ୍ରତି ଟ୍ୱିଟ କରି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
କୋରେଇ ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଦୁଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ମାଲବାହୀ ଟ୍ରେନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଘଟଣା ସ୍ଥଳରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରି ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାସ୍ଥଳକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) November 21, 2022




