ଆସନ୍ତାକାଲି ଆଉ ଏକ ଲଘୁଚାପ, ରାଜ୍ୟରେ ରାତ୍ରି ତାପମାତ୍ରା ବଢ଼ିବ

ଭୁବନେଶ୍ୱର: ନଭେମ୍ବର ୧୨: ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଏହାରି ପ୍ରଭାବରେ ଶୀତ କମିବ ଏବଂ ଦିନରେ ଆକାଶ ମେଘାଚ୍ଛ ନ୍ନ ରହିବ । ପାଣିପାଗ ସୂଚନା ଅନୁସାରେ, ଆସନ୍ତିାକାଲି ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁଁ ରବିବାର ଯାଏ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ । ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ- ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ […]

Samaya Live Picture
Published On

ଭୁବନେଶ୍ୱର: ନଭେମ୍ବର ୧୨: ଆସନ୍ତାକାଲି ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ତେବେ ଏହାରି ପ୍ରଭାବରେ ଶୀତ କମିବ ଏବଂ ଦିନରେ ଆକାଶ ମେଘାଚ୍ଛ ନ୍ନ ରହିବ । ପାଣିପାଗ ସୂଚନା ଅନୁସାରେ, ଆସନ୍ତିାକାଲି ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁଁ ରବିବାର ଯାଏ ରାତି ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବଢ଼ିବ । ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ- ଉତ୍ତରପଶ୍ଚିମ ଆଡକୁ ଗତି କରି ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ସ୍ପଷ୍ଟ ଚିହ୍ନଟ ହେବ ।

ଅନ୍ୟ ପକ୍ଷରେ, ଆଜି ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ତେବେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଶେଷ କରି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଗଜପତି, ଜଗତସିଂହପୁର, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ଲାଗି ରହିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଛି । ଏହି ଅବପାତ ଯୋଗୁଁ ବଙ୍ଗୋପସାଗରରୁ ଜଳୀୟ ବାଷ୍ପପୂର୍ଣ୍ଣ ଉଷ୍ମବାୟୁ ଓଡ଼ିଶାକୁ ପ୍ରବେଶ କରୁଛି । ଫଳରେ ରାତିରେ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।