ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧,୦୩୨ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଅଗଷ୍ଟ ୨: ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନା ସଂକ୍ରମଣ । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ତଳକୁ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୮ ଜଣ ଥିବା ବେଳେ ବାକି ୪୩୪ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ସକ୍ରମିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫୦୫୦ । ୧ ହଜରା […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨: ରାଜ୍ୟରେ କ୍ରମାଗତ ଭାବେ କମୁଛି କରୋନା ସଂକ୍ରମଣ । ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ଶହ ତଳକୁ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୩୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୯୮ ଜଣ ଥିବା ବେଳେ ବାକି ୪୩୪ ଜଣ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି । ସକ୍ରମିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୫୦୫୦ ।
୧ ହଜରା ୭୭୩ ଜଣ କରୋନା ରୋଗୀ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ଅପେକ୍ଷା ସୁସ୍ଥମାନଙ୍କ ସଂଖ୍ୟା ରାଜ୍ୟରେ ବଢ଼ୁଛି ଯାହା ଏକ ଆଶ୍ୱସ୍ତିକର କଥା । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୯ଲକ୍ଷ ୫୮ ହଜାର ୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୭ ଜଣ ପ୍ରାଣ ହରାଇଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୬ ହଜାର ୩୩ ଜଣଙ୍କର ମୃତୁ୍ୟ ହୋଇସାରିଲାଣି ।
ନୂଆ କରୋନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୮, ବାଲେଶ୍ୱରରୁ ୩୬, ବରଗଡ଼ରୁ ୮, ଭଦ୍ରକରୁ ୪୭, ବଲାଙ୍ଗିରରୁ ୪, ବୌଦ୍ଧରୁ ୨, କଟକରୁ୧୫୪, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୨୫, ଗଜପତିରୁ ୬, ଗଞ୍ଜାମରୁ ୮, ଜଗତସିଂହପୁରୁ ୮୨, ଯାଜପୁରରୁ ୪୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୬, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୧୮, କେନ୍ଦୁଝରରୁ ୨୩, ଖୋର୍ଦ୍ଧାରୁ ସର୍ବାଧିକ ୨୩୭, କୋରାପୁଟରୁ ୯, ମାଲକାନଗିରିରୁ ୬ , ମୟୁରଭଞ୍ଜରୁ ୨୦, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୩୦, ନୂଆପଡ଼ାରୁ ୧, ପୁରୀରୁ ୮୨, ରାୟଗଡ଼ାରୁ ୮, ସମ୍ବଲପୁରରୁ ୧୯, ସୋନପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୨୩ ଏବଂ ଷ୍ଟେଟ ପୁଲରୁ ୫୦ ଜଣ ରହିଛନ୍ତି ।