ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା: ମଙ୍ଗଳବାର ଚିହ୍ନଟ ହେଲେ ପୁଣି ୧୪୯
ଭୁବନେଶ୍ୱର : ଅଗଷ୍ଟ ୪:ଭୁବନେଶ୍ୱରରେ କାୟାବିସ୍ତାର କରି ଚାଲିଛି କରୋନା । ମଙ୍ଗଳବାର ପୁଣି ଚିହ୍ନଟ ହୋଇଛନ୍ତି ୧୪୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୫୧ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୯୮ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି । ଆଉ ୧୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ହଜାର ୨୧୭ ପଜିଟିଭ୍ […]
ଭୁବନେଶ୍ୱର : ଅଗଷ୍ଟ ୪:ଭୁବନେଶ୍ୱରରେ କାୟାବିସ୍ତାର କରି ଚାଲିଛି କରୋନା । ମଙ୍ଗଳବାର ପୁଣି ଚିହ୍ନଟ ହୋଇଛନ୍ତି ୧୪୯ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୫୧ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୯୮ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ବିଏମ୍ସି ପକ୍ଷରୁ କୁହାଯାଇଛି । ଆଉ ୧୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ହଜାର ୨୧୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୧ ହଜାର ୨୫୪ ରହିଛି । ସେହିଭଳି ୧ ହଜାର ୯୪୩ ଜଣ ସୁସ୍ଥ ହୋଇଥିବାବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ ।




