ଦିନକରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଲା
ଭୁବନେଶ୍ୱର: ଜୁଲାଇ ୨୦: ଗୋଟିଏ ଦିନରେ ଦେଶରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ୫ ଦିନ ହେଲା ପ୍ରତ୍ୟେକ ଦିନ ୩୦ ହଜାର ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଦେଶରେ I ତେବେ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୦ ହଜାର ରୁ ଉର୍ଦ୍ଧ୍ଵ କୋଭିଡ କେଶ ଚିହ୍ନଟ ହେଇଛନ୍ତି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: ଜୁଲାଇ ୨୦: ଗୋଟିଏ ଦିନରେ ଦେଶରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ୫ ଦିନ ହେଲା ପ୍ରତ୍ୟେକ ଦିନ ୩୦ ହଜାର ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଦେଶରେ I ତେବେ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୦ ହଜାର ରୁ ଉର୍ଦ୍ଧ୍ଵ କୋଭିଡ କେଶ ଚିହ୍ନଟ ହେଇଛନ୍ତି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୦୪୩ ରେ ପହଂଚିଛି I ସେଥିରୁ, ୭ ଲକ୍ଷ ୮୬ ଜଣ ସୁସ୍ଥ ହେଇଛନ୍ତି ଏବଂ ୩ ଲକ୍ଷ ୯୦ ହଜାର ୪୫୯ ଜଣ ଚିକିତ୍ସାଧୀନ ଅଛନ୍ତି I ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ହାର ଶତକଡା ୬୨.୬୨ ରେ ପହଂଚିଛି I
୨୪ ଘଂଟାରେ ୬୮୧ ଜଣଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୭ ହଜାର ୪୯୭ କୁ ବୃଦ୍ଧି ପାଇଛି I
ରାଜ୍ୟମାନଙ୍କ ମଧ୍ୟରେ, ମହାରଷ୍ଟ୍ର ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୦ ହଜାର ୪୫୫ କୁ ବୃଦ୍ଧି ପାଇଛି I ସେଥିରୁ, ୧ ଲକ୍ଷ ୬୯ ହଜାର ୫୬୯ ଜଣ ସୁସ୍ଥ ହେଇଛନ୍ତି ଏବଂ ୧ ଲକ୍ଷ ୨୯ ହଜାର ୩୨ ଜଣ ଚିକିତ୍ସାଧୀନ ଅଛନ୍ତି I ମହାରାଷ୍ଟ୍ର ରେ ଏ ପର୍ଯ୍ୟନ୍ତ ୧୧ ହଜାର ୮୫୪ ଜଣଙ୍କର ମୃତ୍ୟୁ ହେଇଛି I
ସଂଖ୍ୟା ଅନୁସାରେ ତାମିଲନାଡୁ ଦ୍ଵିତୀୟ ସ୍ଥାନରେ ଅଛି I ଏଠାରେ ମୋଟ ୧ ଲକ୍ଷ ୭୦ ହଜାର ୬୯୩ ଜଣ ସଂକ୍ରମିତ ହେଇଛନ୍ତି ଏବଂ ସେଥିରୁ ୧,୧୭,୯୧୫ ଜଣ ସୁସ୍ଥ ହେଇଛନ୍ତି I ୨ ହଜାର ୪୮୧ ଜଣ ମୃତ୍ୟୁବରଣ କରିଛନ୍ତି I ୫୦ ହଜାର ୨୯୭ ଜଣ ଚିକିତ୍ସାଧୀନ ଅଛନ୍ତି I
ଦିଲ୍ଲୀ ରେ ମଧ୍ୟ ମୋଟ ୧ ଲକ୍ଷ ୨୨ ହଜାର ୭୯୩ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧ ଲକ୍ଷ ୩ ହଜାର ୧୩୪ ଜଣ ସୁସ୍ଥ ହେଇଛନ୍ତି ଏବଂ ୧୬ ହଜାର ୩୧ ଜଣ ଚିକିତ୍ସାଧୀନ ଅଛନ୍ତି I ତେବେ, ଏ ପର୍ଯ୍ୟନ୍ତ ୩,୬୨୮ ଜଣଙ୍କର ମୃତ୍ୟୁ ହେଇଛି I
କର୍ଣ୍ଣାଟକ ରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି I ଗୋଟିଏ ଦିନରେ ୪ ହଜାର ୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏଥି ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାର ୭୭୨ ରେ ପହଂଚିଛି I ୨୩ ହଜାର ରୋଗୀ ସୁସ୍ଥ ହେଇସାରିଥିବା ବେଳେ ୩୯ ହଜାର ୩୭୬ ଜଣ ଚିକିତ୍ସିତ ହେଉଛନ୍ତି I
ସେହିପରି, ଉତ୍ତର ପ୍ରଦେଶ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ ହଜାର ୨୪୭ କୁ ବୃଦ୍ଧି ପାଇଥିବା ବେଳେ, ଆନ୍ଧ୍ର ପ୍ରଦେଶ ରେ ୪୯ ହଜାର ୬୫୦, ଗୁଜରାଟ ରେ ୪୮ ହଜାର ୩୫୫, ତେଲେଙ୍ଗାନା ରେ ୪୫ ହଜାର ୭୬ ଏବଂ ୱେଷ୍ଟ ବେଙ୍ଗଲ ରେ ମୋଟ ୪୨ ହାଜର ୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I




