ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୧୨୨ କୁ ବୃଦ୍ଧି;ଦିନକରେ ଚିହ୍ନଟ ହେଲେ ୨୫୮୯ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଅଗଷ୍ଟ ୧୯: ଓଡ଼ିଶାରେ ୨୪ ଘଂଟାରେ ୨୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ୧୫୭୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୨୦୧୫ ଟି ଲୋକାଲ କେଶ I ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ରୁ ସର୍ବାଧିକ ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ୨୪୨ ଜଣ, ପୁରୀ ରୁ ୨୩୫ ଜଣ, କଟକ ରୁ ୨୨୨ ଜଣ, ରାୟଗଡା ରୁ ୨୧୧ ଜଣ, ସୁନ୍ଦରଗଡ ରୁ […]
ଭୁବନେଶ୍ୱର: ଅଗଷ୍ଟ ୧୯: ଓଡ଼ିଶାରେ ୨୪ ଘଂଟାରେ ୨୫୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ୧୫୭୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୨୦୧୫ ଟି ଲୋକାଲ କେଶ I
ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ରୁ ସର୍ବାଧିକ ୪୬୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗଂଜାମ ଜିଲ୍ଲାରୁ ୨୪୨ ଜଣ, ପୁରୀ ରୁ ୨୩୫ ଜଣ, କଟକ ରୁ ୨୨୨ ଜଣ, ରାୟଗଡା ରୁ ୨୧୧ ଜଣ, ସୁନ୍ଦରଗଡ ରୁ ୧୫୫ ଜଣ, ବାଲେଶ୍ୱର ରୁ ୧୫୦ ଜଣ, ମୟୁରଭଞ୍ଜ ରୁ ୧୧୭ ଜଣ, ଯାଜପୁର ରୁ ୯୫ ଜଣ, କୋରାପୁଟ ରୁ ୯୨ ଜଣ, ମାଲକାନଗିରି ରୁ ୭୩ ଜଣ, ବରଗଡ ରୁ ୬୭ ଜଣ, ସମ୍ବଲପୁର ରୁ ୬୬ ଜଣ, କେନ୍ଦୁଝର ରୁ ୫୩ ଜଣ, ଭଦ୍ରକ ରୁ ୪୭ ଜଣ, କଳାହାଣ୍ଡି ରୁ ୪୨ ଜଣ, ନବରଙ୍ଗପୁର ଓ ଗଜପତି ରୁ ୩୬ ଜଣ ଲେଖାଏଁ, କନ୍ଧମାଳ ରୁ ୩୦ ଜଣ, ସୋନପୁର ରୁ ୨୬ ଜଣ, ଢେଙ୍କାନାଳ ରୁ ୨୫ ଜଣ, ଜଗତସିଂହପୁର ରୁ ୨୧ ଜଣ, ଅନୁଗୁଳ ରୁ ୨୦ ଜଣ, ଝାରସୁଗୁଡା ରୁ ୧୮ ଜଣ, ବୌଦ ରୁ ୧୬ ଜଣ, ନୟାଗଡ ରୁ ୧୧ ଜଣ, କେନ୍ଦ୍ରାପଡ଼ା ରୁ ୧୦ ଜଣ, ନୂଆପଡା ରୁ ୬ ଜଣ ଏବଂ ବଲାଙ୍ଗୀର ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ହଜାର ୧୨୨ କୁ ବୃଦ୍ଧି ପାଇଛି I ସେହିପରି, ଏ ପର୍ଯ୍ୟନ୍ତ ୪୫ ହଜାର ୩୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏବେ ୨୧ ହଜାର ୩୮୨ ଜଣ ଚିକିତ୍ସାଧୀନ ଅଛନ୍ତି I
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁଯାଇ, ୨୪ ଘଂଟାରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏବେ ମୋଟ ମୃତ୍ୟୁ ସଂଖ୍ୟା ୩୭୨ ରେ ପହଂଚିଛି I




