ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଲା

ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ୨୪ ଘଂଟାରେ ୧୩୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୪୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮୭ ଜଣ, କେନ୍ଦୁଝର ରୁ ୧୦୩ ଜଣ, ପୁରୀ ରୁ ୯୧ ଜଣ, କଟକରୁ ୭୫ ଜଣ , ଗଜପତି ରୁ ୭୪ ଜଣ, […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ୨୪ ଘଂଟାରେ ୧୩୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ କୁ ବୃଦ୍ଧି ପାଇଛି I
ଗଂଜାମ ରୁ ସର୍ବାଧିକ ୪୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮୭ ଜଣ, କେନ୍ଦୁଝର ରୁ ୧୦୩ ଜଣ, ପୁରୀ ରୁ ୯୧ ଜଣ, କଟକରୁ ୭୫ ଜଣ , ଗଜପତି ରୁ ୭୪ ଜଣ, ରାୟଗଡା ରୁ ୪୫ ଜଣ, ସୁନ୍ଦରଗଡ ରୁ ୩୩ ଜଣ, ନୟାଗଡ ରୁ ୩୦ ଜଣ, ବାଲେଶ୍ୱର ରୁ ୨୯ ଜଣ, ମୟୁରଭଞ୍ଜ ରୁ ୨୨ ଜଣ, ନବରଙ୍ଗପୁର ରୁ ୨୧ ଜଣ, ବଲାଙ୍ଗୀର ରୁ ୧୯ ଜଣ, ସମ୍ବଲପୁର ରୁ ୧୭ ଜଣ, ମାଲକାନଗିରି ଓ ଢେଙ୍କାନାଳ ରୁ ୧୫ ଜଣ ଲେଖାଏଁ, କନ୍ଧମାଳ ରୁ ୧୨ ଜଣ, କଳାହାଣ୍ଡି,ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଦେଓଗଡ ରୁ ୧୧ ଜଣ ଲେଖାଏଁ, ଭଦ୍ରକ ରୁ ୧୦ ଜଣ, ବୌଦ ଓ ଯାଜପୁର ରୁ ୮ ଜଣ ଲେଖାଏଁ,କୋରାପୁଟ ଓ ବରଗଡ ରୁ ୭ ଜଣ ଲେଖାଏଁ, ଝାରସୁଗୁଡା ରୁ ୬ ଜଣ, ଅନୁଗୁଳ ଓ ସୋନପୁର ରୁ ୫ ଜଣ ଲେଖାଏଁ ଏବଂ ନୂଆପଡା ଜିଲ୍ଲାରୁ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I