ଓଟସ୍‌ ଚପ୍‌

ସାମଗ୍ରୀ – ଅଧା କପ ଓଟସ୍‌, ଅଧା କପ ହରଡ ଡାଲି, ଗୋଟିଏ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍‌, ଗୋଟିଏ କଟା ଗାଜର, ଅଧା ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗୋଲମରିଚ । ପ୍ରଣାଳୀ – ଗୋଟିଏ ପାତ୍ରରେ ହରଡଡାଲିକୁ ବତୁରାଇ ବାଟି ନିଅନ୍ତୁ । ଏଥିରେ ଓଟସ୍‌ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସମସ୍ତ କଟା ଯାଇଥିବା ପରିବା, ପିଆଜ ପକାଇ ଗୋଳାନ୍ତୁ । ତାପରେ ଏହାକୁ ଗୋଲ ଗୋଲ କରି ଛାଣି […]

Samaya Live Picture
Published On

ସାମଗ୍ରୀ – ଅଧା କପ ଓଟସ୍‌, ଅଧା କପ ହରଡ ଡାଲି, ଗୋଟିଏ କଟା ପିଆଜ, ଗୋଟିଏ କଟା କ୍ୟାପସିକମ୍‌, ଗୋଟିଏ କଟା ଗାଜର, ଅଧା ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗୋଲମରିଚ ।

ପ୍ରଣାଳୀ – ଗୋଟିଏ ପାତ୍ରରେ ହରଡଡାଲିକୁ ବତୁରାଇ ବାଟି ନିଅନ୍ତୁ । ଏଥିରେ ଓଟସ୍‌ ଗୁଣ୍ଡ, ଲୁଣ, ଲଙ୍କାଗୁଣ୍ଡ, ଗୋଲମରିଚ ଗୁଣ୍ଡ, ସମସ୍ତ କଟା ଯାଇଥିବା ପରିବା, ପିଆଜ ପକାଇ ଗୋଳାନ୍ତୁ । ତାପରେ ଏହାକୁ ଗୋଲ ଗୋଲ କରି ଛାଣି ନିଅନ୍ତୁ । ଛାଣି ନେବା ପରେ ସସ୍‌ ଓ କାକୁଡି ଦେଇ ପରଷନ୍ତୁ ଓଟସ୍‌ ଚପ୍‌ ।