ବିହାରୀ ଷ୍ଟାଇଲ୍‌ ମାଛ ତରକାରୀ

ସାମଗ୍ରୀ- ୬ପିସ୍‌ ରୋହି ମାଛ, ୩ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଲଙ୍କା ଗୁଣ୍ଡ,୧୦ଟି ରସୁଣ, ୨ଟା କଞ୍ଚାଲଙ୍କା, ଏକ ଚାମଚ ସୋରିଷ, ଏକ ଚାମଚ ମରିଚ, ଏକ ଚାମଚ ଜିରା, ୨ଟା ଶୁଖିଲା ଲଙ୍କା, ମେଥି ଏକ ଚାମଚ, ଅଧା କପ କଟା ଟମାଟୋ, ୨ଟା ତେଜପତ୍ର, ଅଧା କପ ପାଣି, ଏକ ଚାମଚ ଗରମ ମସଲା, ଧନିଆ ପତ୍ର, ପ୍ରଣାଳୀ- ମାଛରେ ଲୁଣ,ହଳଦୀ, ତେଲ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଅଲଗା […]

Samaya Live Picture
Published On

ସାମଗ୍ରୀ- ୬ପିସ୍‌ ରୋହି ମାଛ, ୩ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଲଙ୍କା ଗୁଣ୍ଡ,୧୦ଟି ରସୁଣ, ୨ଟା କଞ୍ଚାଲଙ୍କା, ଏକ ଚାମଚ ସୋରିଷ, ଏକ ଚାମଚ ମରିଚ, ଏକ ଚାମଚ ଜିରା, ୨ଟା ଶୁଖିଲା ଲଙ୍କା, ମେଥି ଏକ ଚାମଚ, ଅଧା କପ କଟା ଟମାଟୋ, ୨ଟା ତେଜପତ୍ର, ଅଧା କପ ପାଣି, ଏକ ଚାମଚ ଗରମ ମସଲା, ଧନିଆ ପତ୍ର,

ପ୍ରଣାଳୀ- ମାଛରେ ଲୁଣ,ହଳଦୀ, ତେଲ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଅଲଗା ରି ୧୫ ମିନିଟ୍‌ ପାଇଁ ରଖନ୍ତୁ । ବର୍ତ୍ତମାନ ରସୁଣ, କଞ୍ଚାଲଙ୍କା, ସୋରିଷ, ମରିଚ, ଜୀରା, ଶୁଖିଲା ଲଙ୍କା, ମେଥି, ଅଦାକୁ ବାଟି ନିଅନ୍ତୁ । ଏହାସହିତ ଏଥିରେ ଟମାଟୋ, ହଳଦୀ ଓ ଲୁଣ ଅଳ୍ପ ପରିମାଣରେ ମିଶାଅ ବାଟନ୍ତୁ । ବର୍ତ୍ତମାନ ସୋରିଷ ତେଲରେ ମାଛକୁ ଭଲଭାବରେ ଭାଜି ନିଅନ୍ତୁ । ଏହାପରେ ଗରମ ତେଲରେ ତେଜପତ୍ର ପକାନ୍ତୁ ପରେ ଏଥିରେ ବଟା ମସଲା ପକାଇ ଭାଜନ୍ତୁ । ଅଳ୍ପ ଭାଜିବା ପରେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ମସଲା କସି ହେବା ପରେ ଏଥିରେ ମାଛ ଭଜା ପକାନ୍ତୁ । ଅଳ୍ପ ସମୟ ପରେ ପାଣି ଦେଇ ଫୁଟାନ୍ତୁ । ଫୁଟିବା ପରେ ଏଥିରେ ଧନିଆ ପତ୍ର ଓ ଗମର ମସଲା ପକାଇ ପରଷନ୍ତୁ ବିହାରୀ ମାଛ ତରକାରୀ ।