ଚଉଶିଙ୍ଗାର ମୁଣ୍ଡ, ଚମଡା, ମାଂସ ଜବତ: ୨ ଅଟକ

ଜମନକିରା: ଦିନକୁ ଦିନ ପଶ୍ଚିମ ଓଡ଼ିଶାରେ ବେଆଇନ୍‌ ପଶୁ ସମ୍ପଦ ଚାଲଣ ବଢ଼ୁଥିବା କେସ୍‌ ସମ୍ମାକୁ ଆସୁଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଚଢ଼ାଉ କରି ଚଉଶିଙ୍ଗା ର ମୁଣ୍ଡ, ଛାଲ ଓ ମାଂସ ରଖିବା ଅଭିଯୋଗରେ ୨ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି । ବନ ବିଭାଗର ସୂଚନା ଅନୁସାରେ, ଟିକିବା ପଞ୍ଚାୟତ ବଡ଼ଖଲିଆ ଗାଁର ସୁଶିଲ ଭଇଁସା(୨୯) ଏବଂ […]

Samaya Live Picture
Published On

ଜମନକିରା: ଦିନକୁ ଦିନ ପଶ୍ଚିମ ଓଡ଼ିଶାରେ ବେଆଇନ୍‌ ପଶୁ ସମ୍ପଦ ଚାଲଣ ବଢ଼ୁଥିବା କେସ୍‌ ସମ୍ମାକୁ ଆସୁଛି । ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନାଞ୍ଚଳ ବଡ଼ରମା ରେଞ୍ଜ ଟିକିବା ପଞ୍ଚାୟତ ଅନ୍ତର୍ଗତ ବଡଖଲିଆ ଗାଁରେ ଚଢ଼ାଉ କରି ଚଉଶିଙ୍ଗା ର ମୁଣ୍ଡ, ଛାଲ ଓ ମାଂସ ରଖିବା ଅଭିଯୋଗରେ ୨ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି । ବନ ବିଭାଗର ସୂଚନା ଅନୁସାରେ, ଟିକିବା ପଞ୍ଚାୟତ ବଡ଼ଖଲିଆ ଗାଁର ସୁଶିଲ ଭଇଁସା(୨୯) ଏବଂ ସଞ୍ଜୟ ଭଇଁସା (୨୬) ଚଉଶିଙ୍ଗାକୁ ମାରି ମାଂସ କାଟୁଥିଲେ ।

କୌଣସି ବିଶ୍ୱସନୀୟ ସୂତ୍ରରୁ ଖବର ପାଇ ଆଜି ରେଞ୍ଜର ଦିଲ୍ଲୀପ କୁମାର ମେଣ୍ଡୱାଲାଙ୍କ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚଢ଼ାଉ ବେଳେ ତାଙ୍କ ପାଖରେ ଚଉଶିଙ୍ଗାର ମୁଣ୍ଡ, ଛାଲ ଏବଂ ମାଂସ ଜବତ କରିଥିଲେ । ଉଭୟଙ୍କୁ ବଡ଼ରମା କାର୍ଯ୍ୟାଳୟକୁ ଆଣି ପଚାର ଉଚୁରା କରାଯାଉଛି । ଏନେଇ ବଡ଼ରମା ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।