ଚାଉଳ ପାଇଁ ୫କିମି ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ
ଜମନକିରା : ଚାଉଳ ପାଇଁ ୫ କିମି ସାଇକେଲ ପେଲି ପେଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ । ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଞ୍ଜାରୀ ଗ୍ରାମର ସୁବାସିନି ମାଝୀ (୨୨) । ସେ ଜଣେ ଭିନ୍ନକ୍ଷମ । ପରିବାର କହିଲେ ତାଙ୍କ ମା’ ବୁଢୀ ଦେଦମତୀ ମାଝୀଙ୍କ ସହ ସେ ଦୁଇ ଜଣ । ଗୋଟେ ବଡ ଭଉଣୀ ଥିଲେ, କି;ୁ ଏବେ ସେ ବାହା ହୋଇ ଅନ୍ୟତ୍ର ରହୁଥିବା ସୁବାସିନି କହିଛନ୍ତି । […]
ଜମନକିରା : ଚାଉଳ ପାଇଁ ୫ କିମି ସାଇକେଲ ପେଲି ପେଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ । ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଞ୍ଜାରୀ ଗ୍ରାମର ସୁବାସିନି ମାଝୀ (୨୨) । ସେ ଜଣେ ଭିନ୍ନକ୍ଷମ । ପରିବାର କହିଲେ ତାଙ୍କ ମା’ ବୁଢୀ ଦେଦମତୀ ମାଝୀଙ୍କ ସହ ସେ ଦୁଇ ଜଣ । ଗୋଟେ ବଡ ଭଉଣୀ ଥିଲେ, କି;ୁ ଏବେ ସେ ବାହା ହୋଇ ଅନ୍ୟତ୍ର ରହୁଥିବା ସୁବାସିନି କହିଛନ୍ତି । ହେଲେ ଏବେ ପରିବାର ଚଳାଇବା ତାଙ୍କ ପାଇଁ ବହୁ କଷ୍ଟକର ।
ଭିନ୍ନକ୍ଷମ ହୋଇଥିବାରୁ କୌଣସି କାର୍ଯ କରିପାରୁନଥିବା ବେଳେ ମାଆଙ୍କ ବୟସ ହୋଇଯାଇଥିବାରୁ ସେ ମଧ୍ୟ ଅର୍ଥ ରୋଜଗାର ପାଇଁ ଅକ୍ଷମ । ପରିବାର ପ୍ରତିପୋଷଣ ପାଇଁ ସେ ମା’ ଝିଅ କେବଳ ନିଜ ନିଜ ଭତ୍ତା ଏବଂ ପଞ୍ଚାୟତ ଚାଉଳ ୩୫ କେଜିକୁ ହିଁ ଭରସା କରିଥାନ୍ତି । ପୁଣି ସେହି ଚାଉଳ ଓ ଭତ୍ତା ପାଇବାକୁ ହେଲେ ଦୁଇ ମା, ଝିଅଙ୍କୁ ନିଜ ଗ୍ରାମରୁ ପାଞ୍ଚ କିମି ରାସ୍ତା ଦେଇ ନିଜ ଟ୍ରାଇ ସାଇକଲ ସାହାଯ୍ୟରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଥାଏ । ଯଦି ପଞ୍ଚାୟତରେ ତାଙ୍କ ଆଙ୍ଗୁଳି ଚିହ୍ନ ଆସୁଛି ତ’ ଠିକ୍ ନହେଲେ ପୁଣି ଯିବାଆସ କରିବାକୁ ପଡ଼ିଥାଏ । ଯାହାକି ଗୋଟିଏ ଭିନ୍ନକ୍ଷମ ଓ ବୁଢୀ ମାଆ ପାଇଁ ବହୁ କଷ୍ଟକର । ପରିବାର ଚଳାଇବା ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବା ହେତୁ ବାଧ୍ୟ ହୋଇ ଦୁଇ ମାଆ ଓ ଝିଅ ଦୁଃଖ କଷ୍ଟ ସହ ଘରେ ହିଁ ରହୁଥିବା କହିଛନ୍ତି ।
ସୁବାସିନିଙ୍କ ମାଆ କହନ୍ତି ଏବେ ମୁଁ ବୃଦ୍ଧା ହେଲିଣି, ମୋ ଗଲା ପରେ ମୋ ଝିଅ ଯତ୍ନ କିଏ ନେବ ବୋଲି ସେ ଅଧିକ ଦୁଃଖିତ । ଏହା ସହ ତାଙ୍କୁ ଦୀର୍ଘ ୫ କିମି ଚାଲି ଚାଲି ପଞ୍ଚାୟତକୁ ଯିବା କଷ୍ଟସାଧ୍ୟ ହୋଇପଡିଛି । ଯଦି ପଞ୍ଚାୟତ ପକ୍ଷରୁ ନିଜ ପାଖକୁ ଭତ୍ତା ଓ ଚାଉଳ ପହଞ୍ଚିବା ବ୍ୟବସ୍ଥା ହୁଅନ୍ତା ତାହେଲେ ଟିକେ ସୁବିଧା ହୁଅନ୍ତା ବୋଲି କହନ୍ତି ।




