୨୪ ଘଣ୍ଟାରେ ଦେଶରେ ୩୧, ୩୮୨ କରୋନା ସଂକ୍ରମିତ ଓ ୩୧୮ ମୃତ
ଦିଲ୍ଲୀ: ସେପ୍ଟେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୩୮୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୯, ୬୮୨ ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୭୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୮ ଲକ୍ଷ ୪୮ ହଜାର ୨୭୩ ଜଣ କରୋନାରୁ ସୁସ୍ଥ […]
ଦିଲ୍ଲୀ: ସେପ୍ଟେମ୍ବର ୨୪ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧, ୩୮୨ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୩୨,୫୪୨ ଜଣ ସୁସ୍ଥ ହୋଇଛନ୍ତି । ତେବେ କେରଳରେ ସର୍ବାଧିକ ୧୯, ୬୮୨ ଜଣ ଆଜି ଚିହ୍ନଟ ହୋଇଛନ୍ତି । ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୭୮ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୮ ଲକ୍ଷ ୪୮ ହଜାର ୨୭୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୧୬୨ ରହିଛି ।
ଅନ୍ୟପକ୍ଷେ, ଗତ ୨୪ ଘଣ୍ଟାରେ ୩୧୮ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନାରେ ୪.୪୭ ଲକ୍ଷରୁ ଅଧିକ ରୋଗୀଙ୍କର ମୃତୁ୍ୟ ହୋଇସାରିଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୭ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୦୦ ପ୍ରତିଶତ ରହିଛି । ଦେଶରେ ଏପର୍ଯ୍ୟନ୍ତ ୮୪. ୧୫ କୋଟିର ଅଧିକ କରୋନା ଟୀକା ନେଇ ସାରିଲେଣି ।




