କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲକୁ ନୋଟିସ୍‌ ଦେଲା ଇଡି

ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂରଜେୱାଲା ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ଯେ, ସୋନିଆ ଓ ରାହୁଲଙ୍କୁ ଜୁନ୍‌ ୮ ତାରିଖରେ ପଚରାଉଚରା ପାଇଁ ଇଡି ଡକାଇଛି । ତେବେ ଇଡିଙ୍କ ପଚରା ଉଚରା ଲାଗି ସୋନିଆ ନିଶ୍ଚିତ ଯିବେ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ୍‌ ୧: ନ୍ୟାସନାଲ ହେରଲï କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଆଇସିସି କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ଜାରି କରିଛି । କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ରଣଦୀପ ସୂରଜେୱାଲା ସାମ୍ବାଦିକ ସମ୍ମିଳନୀ ଡକାଇ କହିଛନ୍ତି ଯେ, ସୋନିଆ ଓ ରାହୁଲଙ୍କୁ ଜୁନ୍‌ ୮ ତାରିଖରେ ପଚରାଉଚରା ପାଇଁ ଇଡି ଡକାଇଛି । ତେବେ ଇଡିଙ୍କ ପଚରା ଉଚରା ଲାଗି ସୋନିଆ ନିଶ୍ଚିତ ଯିବେ ବୋଲି ସିଂଘଭୀ କହିଛନ୍ତି । ହେଲେ ରାହୁଲ ଏବେ ବିଦେଶ ଗସ୍ତରେ ଥିବାରୁ ତାଙ୍କର ଇଡିରେ ହାଜିରା ନେଇ କଂଗ୍ରେସ ନେତାମାନେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି । ଯଦି ରାହୁଲ ଜୁନ ୮ ପୂର୍ବରୁ ବିଦେଶଗସ୍ତରୁ ଫେରି ଆସିଥିବେ ତେବେ ସେ ନିଶ୍ଚିତ ଇଡିରେ ହାଜର ହେବେ ବୋଲି ସିଂଘଭୀ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ରଣଦୀପ ସୂରଜେୱାଲା ଇଡିଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯେ ପୁରା ଷଡ଼ଯନ୍ତ୍ର ପଛରେ ପ୍ରଧାନମନ୍ତ୍ରୀ ଅଛନ୍ତି ଓ ଇଡି ତାଙ୍କ ପୋଷା ଏଜେନ୍ସି ପାଲଟି ଯାଇଛି । ମୋଦି ସରକାର ପ୍ରତିଷୋଧର ଭାବନାରେ ଏବେ ଅନ୍ଧ ହୋଇଯାଇଥିବା ସୂରଜେୱାଲା କହିଛନ୍ତି । ସେ କହିଛନ୍ତି ଯେ ନ୍ୟାସନାଲ ହେରଲï ୧୯୪୨ ମସିହାର ଖବରକାଗଜ ଥିଲା । ସେତେବେଳେ ଏହାକୁ ଦବାଇକୁ ଇଂରେଜ ସରକାର ଉଦ୍ୟମ କରୁଥିଲେ । ଦୀର୍ଘ ବର୍ଷ ପରେ ଇଂରେଜଙ୍କ କାମ ମୋଦିଙ୍କ ସରକାର କରୁଥିବା ସେ ଅଭିଯୋଗ କରିଛନ୍ତି ।