ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ

ଦିଲ୍ଲୀ: ସେପ୍‌ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି […]

Samaya Live Picture
Published On

ଦିଲ୍ଲୀ: ସେପ୍‌ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି । ସକାଳ ସମୟରେ ଦିଲ୍ଲୀର ବାୟୁମଣ୍ଡଳରେ କୁହୁଡ଼ି ପରି ଏକ ଧଳା ରଙ୍ଗର ଆସ୍ତରଣ ଦେଖିବାକୁ ମିଳୁଛି । ପ୍ରଦୂଷଣ କାରଣରୁ ଏହିପରି ହେଉଛି । ଯାହା ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

ସୂଚନା ଥାଉଯେ, ଗତ ବର୍ଷ କେଜରିୱାଲ ସରକାରଙ୍କ ପକ୍ଷରୁ ବିଳମ୍ବରେ ବାଣ ସଂରକ୍ଷଣ ଓ ବିକ୍ରି ଉପରେ ନିଷେଧାଦେଶ ଘୋଷଣା ହୋଇଥିଲା । ଫଳରେ ବହୁ ବାଣ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଏଣୁ ଏହି ସମସ୍ୟାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ବାଣ ନିଷେଧାଦେଶକୁ ଶୀଘ୍ର ଘୋଷଣା କରିଛନ୍ତି ।