ଦୀର୍ଘ ସମୟ ଧରି ଦେଶରେ ରହିପାରେ କରୋନା: WHO
ଦିଲ୍ଲୀ: ଅଗଷ୍ଟ ୨୫: ଭାରତରେ କୋଭିଡ-୧୯ ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି । ଯେଉଁ କାରଣରୁ ଦେଶରେ ନିମ୍ନ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିଛି । ଏବେ ଦେଶରେ ‘ଏଣ୍ଡେମିକ୍ ପିରିଅଡ’ ଚାଲିଛି । ଏଣ୍ଡେମିକ୍ ପରିଅଡର ଅର୍ଥ- ଏକ ନିର୍ଦ୍ଦିଷ୍ଟ ଜୀବାଣୁ ବୃହତ୍ ଜନସଂଖ୍ୟା ମଧ୍ୟରେ ରହିବା । ଅର୍ଥାତ୍ କରୋନା ଆଉ ଅଧିକ ସଂକ୍ରମଣ ହେବ ନାହିଁ କିମ୍ବା ବିଶେଷ କ୍ଷତି କରିପାରିବ ନାହିଁ । ହେଲେ ଏହି ଜୀବାଣୁ ଲୋକମାନଙ୍କ […]
ଦିଲ୍ଲୀ: ଅଗଷ୍ଟ ୨୫: ଭାରତରେ କୋଭିଡ-୧୯ ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି । ଯେଉଁ କାରଣରୁ ଦେଶରେ ନିମ୍ନ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିଛି । ଏବେ ଦେଶରେ ‘ଏଣ୍ଡେମିକ୍ ପିରିଅଡ’ ଚାଲିଛି । ଏଣ୍ଡେମିକ୍ ପରିଅଡର ଅର୍ଥ- ଏକ ନିର୍ଦ୍ଦିଷ୍ଟ ଜୀବାଣୁ ବୃହତ୍ ଜନସଂଖ୍ୟା ମଧ୍ୟରେ ରହିବା । ଅର୍ଥାତ୍ କରୋନା ଆଉ ଅଧିକ ସଂକ୍ରମଣ ହେବ ନାହିଁ କିମ୍ବା ବିଶେଷ କ୍ଷତି କରିପାରିବ ନାହିଁ । ହେଲେ ଏହି ଜୀବାଣୁ ଲୋକମାନଙ୍କ ମଧ୍ୟରେ ରହିବ ଏବଂ ମହାମାରୀର ରୂପ ନେବ ନାହିଁ । ଏହି ଏଣ୍ଡେମିକ୍ ପିରିୟଡ ଯୋଗୁଁ ଭାରତରେ ଦୀର୍ଘ ସମୟ ଧରି କରୋନା ଲାଗିି ରହିବ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ (WHO)ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ବର୍ଗର ଲୋକମାନେ ବସବାସ କରୁଛନ୍ତି । ସେମାନଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । ଏଣୁ କରୋନାର ଏହିପରି ଅସ୍ଥିର ସ୍ଥିତି ଜାରି ରହିଛି । ତେବେ ୨୦୨୨ ବର୍ଷ ଶେଷ ସୁଦ୍ଧା ଦେଶ ୭୦ ପ୍ରତିଶତ ଟିକାକରଣର ଲକ୍ଷ୍ୟ ହାସଲ କରିଥିବ ଭାରତ । ଏହାଫଳରେ ଦେଶରେ ସ୍ୱାଭାବିକ ପରିସ୍ଥିତି ଫେରିଆସିପାରେ । କରୋନାର ତୃତୀୟ ଲହର ସଂକ୍ରମଣକୁ ନେଇ ସେ କହିଛନ୍ତି, ଦେଶରେ ସାମ୍ଭାବ୍ୟ ତୃତୀୟ ଚାଲିଛି । ଏଥିରେ ପିଲାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ହେଲେ ଏଥିରେ ଭୟଭୀତ ହୁଅନ୍ତୁ ନାହିଁ । ସେରୋ ସର୍ଭେ ଅନୁସାରେ, କରୋନା ସଂକ୍ରମଣ ପିଲାମାନ କ୍ଷେତ୍ରରେ କ୍ଷତିକାରକ ହେବ ନାହିଁ ।




